32.9 C
Balāngīr
Tuesday, May 13, 2025

ସରକାରୀ ଉଚ୍ଚ ବିଦ୍ୟାଳୟର ଅଭିଭାବକ-ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

କୋରାପୁଟ, (୧୯/୪) : ଆପ୍ର. : ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରଧାନ ଶିକ୍ଷକ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ବିଦ୍ୟାଳୟର ସମସ୍ୟା ସମ୍ବଳିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରା ଯାଇଥିଲା । ସଂସ୍କୃତ ଭାଷା ପ୍ରତି ପିଲାଙ୍କ ଆଗ୍ରହ କମି ଯାଉଥିବାରୁ ଉଦବେଗ ପ୍ରକାଶ ପାଇଥିଲା । କିଛି ସଦସ୍ୟ ଦଣ୍ଡମୁକ୍ତ ଶିକ୍ଷାର ପ୍ରତିକୂଳ ପ୍ରଭାବ ତଥା ଶିକ୍ଷକଙ୍କ ପ୍ରତି ପିଲାଙ୍କ ଭୟ କମି ଯାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ । କିଛି ଶିକ୍ଷକଙ୍କ ଦ୍ୱାରା ତରବର ଭାବେ ପିଲାଙ୍କ ନୋଟ ବୁକ୍ ଦେଖି ଭୁଲ୍ ଉତ୍ତରକୁ ଜନୈକ ଶିକ୍ଷକଙ୍କ ଦ୍ଵାରା ଠିକ୍ ଚିହ୍ନ ଦେଇଥିବାରୁ ଜଣେ ସଦସ୍ୟ ଉଦବେଗ ପ୍ରକାଶ କରିଥିଲେ । କିଛି ବିଶୃଙ୍ଖଳିତ ଛାତ୍ର ଶ୍ରେଣୀ ଗୃହ କାନ୍ଥରେ ଏକାଧିକ ଅଶ୍ଲୀଳ ଚିତ୍ର ଅଙ୍କନ କରିଥିବାରୁ ତୁରନ୍ତ ଶ୍ରେଣୀ ଗୃହରେ cc କ୍ୟାମେରା ଲଗାଇବା ପାଇଁ ଆଲୋଚନା ହୋଇଥିଲା । ଚଳିତ ବର୍ଷ ୯ମ ଶ୍ରେଣୀରେ ୫/୬ ଜଣ ଛାତ୍ର ଏ-୧ ଗ୍ରେଡ ପାଇବାର ସମ୍ଭାବନା ଥିବା ବିଷୟ ପ୍ରଧାନ ଶିକ୍ଷକ ସୂଚନା ପ୍ରଦାନ କରିଥିଲେ ।

୧୦ମ ପାସ୍ ପରେ ବିଦ୍ୟାଳୟରୁ ବାହାରି ଯାଇଥିବା ଛାତ୍ରଙ୍କ ଅଭିଭାବକ ମାନଙ୍କ ବଦଳରେ ନୂତନ ସଭ୍ୟ ମାନଙ୍କୁ ତୁରନ୍ତ ବିଦ୍ୟାଳୟ ପରିଚାଳନା କମିଟିରେ ସ୍ଥାନ ଦେବା ପାଇଁ ଏକାଧିକ ସଦସ୍ୟ ଗୁରୁତ୍ୱାରୋପ କରିଥିଲେ ।ପି.ଏମ୍.ଶ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିଲେ ବିଦ୍ୟାଳୟର ଅନେକ ସମସ୍ୟାର ସମାଧାନ ହୋଇ ପାରିବ ଏବଂ ଏଥିପାଇଁ ତୁରନ୍ତ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତ ଉପସ୍ଥିତ ସଦସ୍ୟ ସହମତି ପ୍ରକାଶ କରିଥିଲେ ।

ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆରମ୍ଭ ହେଉଥିବାରୁ ମଧ୍ୟାହ୍ନରେ ଛାତ୍ରଛାତ୍ରୀମାନଙ୍କୁ ଘରକୁ ନ ନେବା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ । ପରିଶେଷରେ ଶ୍ରେଣୀଗୃହ କାନ୍ଥର ଏକାଧିକ ଅଶ୍ଳୀଳ ଚିତ୍ର ତୁରନ୍ତ ଲିଭାଇବା ପାଇଁ ଅଭିଭାବକ ମାନେ ଅନୁରୋଧ କରିଥିଲେ । ଆସନ୍ତା ବୈଠକରେ କୋରମ ହେବା ମାତ୍ରେ ପରିଚାଳନା କମିଟିରେ ପରିବର୍ତ୍ତନ ପାଇଁ ପ୍ରଧାନ ଶିକ୍ଷକ ପ୍ରତିଶ୍ରୁତି ଦେଇଥିଲେ ।କିନ୍ତୁ,ଗତ ୧୦ ବର୍ଷ ମଧ୍ୟରେ ମାତ୍ର ଗୋଟିଏ ଥର କୋରମ ହୋଇଥିବା ଜଣା ପଡ଼ିଥିଲା ଏବଂ ଉଦବେଗ ପ୍ରକାଶ ପାଇଥିଲା । ତେବେ ଲଗାତାର ଭାବେ ୩/୪ ଟି ବୈଠକରେ କୋରମ ନ ହେଲେ ତା’ର ବିକଳ୍ପ ପନ୍ଥା ଶିକ୍ଷା ବିଭାଗର ମାର୍ଗଦର୍ଶିକା ଅନୁସାରେ ଅବଲମ୍ବନ କରି ନିୟମ ଅନୁସାରେ ନୂତନ କମିଟି ସଭ୍ୟଙ୍କୁ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶକୁ ତ୍ଵରାନ୍ବିତ କରିବା ପାଇଁ ଉପସ୍ଥିତ ସମସ୍ତ ସଭ୍ୟ ପ୍ରଧାନ ଶିକ୍ଷକଙ୍କୁ ଅନୁରୋଧ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...