ମୁରିବାହାଲ, (୨୭/୩) : ଆପ୍ର. : ମୁରିବାହାଲ ବ୍ଲକ୍ ଲେବେଡା ପଞ୍ଚାୟତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାକ୍ରିପଡ଼ାରେ ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ପ୍ରତି ଆଗ୍ରହ ବଢାଇବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କର୍ଲା ପ୍ରଧାନ ଶିକ୍ଷକ ଶ୍ରୀମନ୍ତ କୁମାର ନାୟକ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଜାତୀୟ ସ୍ବାର୍ଥ ରେ ନିଜକୁ ଉତ୍ସର୍ଗ କରିବାକୁ ଆହ୍ବାନ ଦେଇଥିଲେ।ସ୍ୱତନ୍ତ୍ର ଅତିଥି ରୂପେ ଲେବଡ଼ା ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ହାତୀ ବିଦ୍ୟାଳୟକୁ ଉଚ୍ଚ ପ୍ରଶଂସା କରିବା ସହ ବିଦ୍ୟାଳୟର ଉନ୍ନତି ପ୍ରତି ସର୍ବଦା ପ୍ରସ୍ତୁତ ଥିବା କହିଥିଲେ।
ଏହି ଅବସରରେ ଅତିଥି ବୃନ୍ଦ ବିଦ୍ୟାଳୟ ର କିଚେନ ଗାର୍ଡେନ ଉଦ୍ଘାଟନ କରିଥିଲେ । ମାଟ୍ରିକ ପରୀକ୍ଷା ୨୦୨୩-୨୪ ବିଦ୍ୟାଳୟରେ ସର୍ବାଧିକ ଅଙ୍କ ରଖିଥିବା ଛାତ୍ରୀ ଭାରତୀ ରତେଇଙ୍କୁ ସମ୍ମାନିତ କରାଯିବ ସହ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ମାନିତ ଅତିଥି ରୂପେ ଲେବଡ଼ା ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଚନ୍ଦ୍ରମଣି ବଗର୍ତ୍ତୀ, ସମିତି ସଭ୍ୟ ଦୁଷ୍ମନ୍ତ ନାଗ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କେଶର ରଣା,ୱାର୍ଡ ମେମ୍ବର ଅଶୋକ ଭରାସଗରିଆ, ଶମ୍ଭୁ ବଗର୍ତ୍ତୀ ଓ ଶ୍ରୀମତୀ ଫୁଗନେ ଭୋଇ , ଲେବଡ଼ା କ୍ଲଷ୍ଟର୍ ସିଆରସିସି ପଦ୍ମ ଲୋଚନ ତାଣ୍ଡି, ମଞ୍ଚାସିନ ଥିଲେ ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ/ଶିକ୍ଷୟତ୍ରୀ କାର୍ତ୍ତିକ ସାହୁ, ମଣ୍ଟୁ ପୁଝାରୀ, ଲୟଧର ରଣା, ସିକୁ ପଟେଲ, ସୁନୀଲ କୁମାର ଅଗସ୍ତି, ଅଞ୍ଜଳି ଯାନି, ଘନକେଶି ଭୋଇ, ଜୁଲି ନାଏକ୍, କୁମାରୀ ତିଲଚମ୍ପା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ପୁରାତନ ଛାତ୍ର ଭୁଲେଶ୍ୱର ଛତରସଭା ପରିଚାଳନା କରିଥିବାବେଳେ ଶିକ୍ଷକ ପ୍ରମୋଦ ଜେନା ବାର୍ଷିକ ବିବରଣୀ ପଠନ କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ ।