32.9 C
Balāngīr
Wednesday, April 23, 2025

ସରକାରୀ ଡାକ୍ତରଖାନା ରେ ଟଙ୍କା ଅଭାବ ଯୋଗୁଁ ଗୁରୁତର ଆହତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୬/୦୩) : ନିକଟସ୍ତ ପତ୍ରାପାଲି ଗ୍ରାମ ର ପ୍ରମିଳା ପୋଡ଼ ନାମ୍ନୀ ଜଣେ ୫୫ ବର୍ଷୀୟ ବୃଦ୍ଧା ନିଆଁ ରେ ପୋଡ଼ି ଯାଇ ଗୁରୁତର ହୋଇ ପଡିଥିବା ଜଣାଯାଇଛି ।

ସରକାରୀ ଡାକ୍ତରଖାନା ରେ ଟଙ୍କା ଅଭାବ ଯୋଗୁଁ ଗୁରୁତର ଆହତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର । ପ୍ରାୟ ୧୧ ଟା ସମୟ ରେ ସେ ଗ୍ରାମ ଜଙ୍ଗଲ କଡ଼ରେ ଥିବା ବିଲ କୁ ଯାଇଥିବା ବେଳେ ପୂର୍ବରୁ ଉକ୍ତ ସ୍ଥାନରେ ନିଆଁ ଜଳୁଥିବା ଦେଖିବାକୁ ପାଇ ନିଆଁ ଲିଭାଇବା ଉଦ୍ୟମ କରିବା ସମୟ ରେ ତାଙ୍କ ପିନ୍ଧା ଶାଢ଼ୀ ରେ ନିଆଁ ଲାଗି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଗ୍ରାମବାସୀ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ଆମ୍ବୁଲାନ୍ସ ଯୋଗେ ଆଣି ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ଥିବା ରୁ ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି ।

ଏହି ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଅନିୟମିତତା ସହ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଏଭଳି ରୋଗୀ ଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ କୋଠରୀ ବ୍ୟବସ୍ଥା ନାହିଁ,ଏ ନେଇ ଡାକ୍ତର ଖାନା ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । କୌଣସି ବିଶେଷଜ୍ଞ ଡାକ୍ତର ଟିଏ ନ ଥିବା ତଥା କୋଟି, କୋଟି ଟଙ୍କାର ନିର୍ମିତ ଟିଟିଲାଗଡ ନିକଟସ୍ତ ମାତୃ ଓ ଶିଶୁ ଡାକ୍ତର ଖାନା କୁ ଲାଗି ରହି ନିର୍ମାଣଧିନ ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟ କୁ ପରିତ୍ୟକ୍ତ ଅବସ୍ଥାରେ ପକେଇ ଦିଆ ଯାଇଛି ।

ଏହି ଡାକ୍ତରଖାନା ସମସ୍ୟା ର ସ୍ଥାୟୀ ପ୍ରତିକାର କରାଯିବା ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଆସୁଥିବା ଯୋଗୁଁ ଅକାଳ ମୃତ୍ୟୁ ବରଣ ସାର ହୋଇ ରହିଛି । ସେହିପରି ନିଆଁ ରେ ପୋଡ଼ି ଏଭଳି ଆକ୍ରାନ୍ତ ଙ୍କୁ ମଧ୍ୟ ପାଞ୍ଚ ସହ ଟଙ୍କା ଫିସ ଦେଲେ ଉକ୍ତ ରୋଗୀ ଙ୍କୁ ଶୀତତାପ ନିୟନ୍ତ୍ରିତ କୋଠରୀ ପ୍ରଦାନ କରାଯିବା ନେଇ ଡାକ୍ତରଖାନା ରେ ବେଶ୍ ଉତ୍ତେଜନା ପ୍ରକାଶ ପାଇଛି । ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ ବ୍ୟବସ୍ଥା ନ ରହିଥିବା ନେଇ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଦୀପ ନାଏକ ଦୁଃଖ ପ୍ରକାଶ କରିଛନ୍ତି । ଏହି ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପ୍ରତି ତୁରନ୍ତ ବିଭାଗୀୟ ସଚିବ ଦୃଷ୍ଟି ଦେଇ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ପାଇଁ ବିଭିନ୍ନ ମହଲ ରୁ ଦୃଢ଼ ଦାବି କରାଯାଉଛି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...