32.9 C
Balāngīr
Tuesday, May 13, 2025

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ବ୍ରହ୍ମପୁର, (୧୭/୦୪) :ଆପ୍ର. : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆନୁଷ୍ଠାନିକ ସଭାରେ ନିଜର ବକ୍ତବ୍ୟ ରଖି ଡକ୍ଟର ତ୍ରିପାଠୀ କହିଥିଲେ ଯେ’ ଶିକ୍ଷା ସହିତ ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ମଧ୍ୟ ଜରୁରୀ ଅଟେ ବୋଲି କହିଥିଲେ । ଶିକ୍ଷା ଛାତ୍ରୀଙ୍କ ଜ୍ଞାନର ପରିସୀମାକୁ ବିସ୍ତୃତ କରିଥାଏ, କିନ୍ତୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସାହାସ ଓ ମନକୁ ସୁଦୃଢ କରିଥାଏ । ବିପଦ ବେଳେ ଏହାକୁ ସାମନା କରିବାର ସାମର୍ଥ୍ୟ ଯୋଗାଇଦେଇଥାଏ । ସରକାରଙ୍କ ଦ୍ୱାରା ପରିଚାଳିତ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଛାତ୍ରୀଙ୍କୁ ସକ୍ଷମତାର ସହ ସଶକ୍ତ କରିବା ଏବଂ ତାଙ୍କ ପ୍ରତି ହେଉଥିବା ଯେ କୌଣସି ଅତ୍ୟାଚାରକୁ ପ୍ରତିହତ କରିବା ମୂଳଲକ୍ଷ୍ୟ ବୋଲି ଅଧ୍ୟକ୍ଷ ଡ଼ଃ. ତ୍ରିପାଠୀ ତାତ୍ତ୍ଵିକ ଆଲୋଚନା ଦେଇଥିଲେ ।

ଏହି ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗଞ୍ଜାମ ପୁଲିସ୍‌ ଷ୍ଟେସନ ଇନ୍‌ଚାର୍ଜ ମନିଷା ସୌଗୁନ (ଏ.ଏସ୍‌.ପି., ଗଞ୍ଜାମ) ଛାତ୍ରୀମାନଙ୍କୁ ଆତ୍ମରକ୍ଷା ତାଲିମ ବିଷୟରେ ସଚେତନତା ଦେଉଥିଲେ । ତତ୍ ସାଂଗକୁ ଛାତ୍ରୀମାନେ କିପରି ଆବଶ୍ୟକତା ସମୟରେ ନିଜେ ନିଜର ଆତ୍ମ ସୁରକ୍ଷା ନିଜେ ହିଁ କରିପାରିବେ, ସେ ବିଷୟରେ ଦୃଷ୍ଟିପାତ କରିଥିଲେ । ଏଥି ସହିତ ସାଇବର ସିକ୍ୟୁରିଟି, ଅନ୍‌ଲାଇନ୍‌ ଠକେଇ, ଅର୍ଥନୀତିକ କାରବାରରେ ସାଇବର ସିକ୍ୟୁରିଟିର ଭୂମିକା ସଂପର୍କରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଏହି ସଭାରେ ଆତ୍ମରକ୍ଷା ତାଲିମ ଶିବିରର ସଂଯୋଜିକା ଅଧ୍ୟାପିକା ସସ୍ମିତାତା ବେହେରା ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଛାତ୍ରୀଟିଏ ନିଜ ସୁରକ୍ଷା ନିମନ୍ତେ ପ୍ରତ୍ୟେକ ସମୟରେ ପ୍ରସ୍ତୁତ ହୋଇରହିବା ଆବଶ୍ୟକ । କାରଣ ବିପଦ ବିନା କୌଣସି ସୂଚନାରେ ହଠାତ ଆସି ହାବୋଡ଼ିଯାଏ ।

ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ହିଁ ତୁମମାନଙ୍କ ଆତ୍ମରକ୍ଷା ତାଲିମର ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି । ଏହି ସଭାରେ ମହାବିଦ୍ୟାଳୟର ଅନ୍ୟ ପ୍ରମୁଖ ଅଧ୍ୟାପିକା ତଥା ଆତ୍ମରକ୍ଷା ଟ୍ରେନର୍‌ ସଂଗୀତା କୁମାରୀ ସେଠୀ ଉପସ୍ଥିତ ରହି ଏହାର ତାତ୍ପର୍ଯ୍ୟ ବୁଝାଇଥିଲେ । ସଭା ଶେଷରେ କୃତୀତ୍ତ୍ଵ ହାସଲ କରିଥିବା ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ସଭାରେ ଅଧ୍ୟାପିକା ସସ୍ମିତାତା ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଏବଂ ଅଧ୍ୟାପିକା ସୁଚିସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟାପିକା ମିଲିମିତା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...