32.9 C
Balāngīr
Saturday, July 12, 2025

ସରପଞ୍ଚଙ୍କୁ ମାଡ଼ ମରା ଘଟଣାକୁ ନେଇ ରାୟଗଡା ଥାନା ଘେରାଉ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୧/୦୧) : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଅଣ୍ଡିରାକଞ୍ଚ ଥାନା କଟାଖାଲ ଗ୍ରାମର ସରପଞ୍ଚ ମସ୍ତରାମ ମାଝୀ ଏବଂ ତାଙ୍କ ସମର୍ଥକ ମାନେ ମିଶି ଆଜି ଥାନା ଘେରାଉ କରିଥିଲେ।WhatsApp Image 2025 01 21 at 09.32.11 ସରପଞ୍ଚଙ୍କୁ ମାଡ଼ ମରା ଘଟଣାକୁ ନେଇ ରାୟଗଡା ଥାନା ଘେରାଉ

ଗତ ୧୬ତାରିଖ ଦିନ ସରପଞ୍ଚ ମାଝୀ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ସିଲଭର ଓକ୍ ପ୍ଲାଣ୍ଟସେନ୍ ବିଲ୍ ପ୍ରଦାନକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିଲା । ଘଟଣାକୁ ନେଇ ରାୟଗଡ଼ ଥାନାରେ ସରପଞ୍ଚ ଏତେଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କିନ୍ତୁ, ଏଯାବତ୍ ମାଡ ମାରିଥିବା ଜେ.ଇ ଶ୍ରୀ କୁମାର୍ ନାୟକଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟ ପକ୍ଷରେ କାଶିପୁର ବ୍ଲକ ଜଳ ବିଭାଜିକା ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଧିକାରୀ ଶ୍ରୀ କୁମାର୍ ନାୟକ ମଧ୍ୟ ସରପଞ୍ଚଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାକୁ ଜିଲ୍ଲା ସରପଞ୍ଚ ସଂଘ, ଜିଲ୍ଲା ଆଦିବାସୀ ସଂଘ, ଜିଲ୍ଲା ଡ଼ମ୍ବ ସମାଜ୍ ସରପଞ୍ଚଙ୍କୁ ଉଚିତ୍ ନ୍ୟାୟ ମିଳିବା ଦାବିରେ ରାୟଗଡା ଥାନା ପରିସର ମଧ୍ୟରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ।WhatsApp Image 2025 01 21 at 09.32.13 ସରପଞ୍ଚଙ୍କୁ ମାଡ଼ ମରା ଘଟଣାକୁ ନେଇ ରାୟଗଡା ଥାନା ଘେରାଉ

ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର୍ ଧର, sdpo ରଶ୍ମି ରଞ୍ଜନ ସେନାପତି, ଥାନା ଆଇ.ଆଇ.ସି କେ.କେ.ବି.କେ କହଁର ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ। ଆଗାମି ୪/୫ ଦିନ ମଧ୍ୟରେ ଚରମ ନିଷ୍ପତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପୁଲିସ୍ । ଆଜିର ଏହି ଧାରଣାରେ ବହୁଜନ ସମାଜ ପାର୍ଟି ଜିଲ୍ଲା ସଭାପତି ଜିତୁ ଜାକାସିକା, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲ୍ଲା , ରାୟଗଡା ବିଧାନ ସଭା ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ଅନୂଷୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ଭୂଷଣ ବିଡିକା,ସରପଞ୍ଚ ମହାସଂଘର ସଭାପତି ତଥା ହାଲୁଆ ସରପଞ୍ଚ ଶ୍ରୀଯୁକ୍ତ ତାମାରାଓ ବିଡ଼ିକା ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...