ସୁବର୍ଣ୍ଣପୁର , (୩୦/୦୩ – ଆ.ପ୍ର): ସୋନପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ନବବର୍ଷ ପାଳନ ସହ ୩୧ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଭାରତୀୟ ଶିକ୍ଷା ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାରରେ ସତ୍ତ୍ୱେ ସଂଲଗ୍ନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସୋନପୁରର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦାର ପାବନ ଅବସରରେ ୩୧ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ସମାରୋହରେ ପାଳିତ ହୋଇଯାଇଛି ।
ସର୍ବପ୍ରଥମେ ଘଣ୍ଟ ,ଶଙ୍ଖ, ମୃଦଙ୍ଗଧୂନୀ ଓ ହୁଳହୁଳି ସହିତ ସୋନପୁର ସହରର ବାଲାଜୀ ମନ୍ଦିରରୁ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏହି ଦିବ୍ୟ କାର୍ଯ୍ୟକ୍ରମ ପୁରୀ ରାମଜୀ ମଠର ମହନ୍ତ ପୂଜ୍ୟ ଶ୍ରୀ ଶ୍ରୀ ବଂଶୀଧର ମହାରାଜ ଜୀଙ୍କର ପାବନ ସାନ୍ନିଧ୍ୟ ଏବଂ ନବପ୍ରଭାବ ବୈଦିକ ଗୁରୁକୁଳର ଅଧ୍ୟକ୍ଷ ଆଚାର୍ଯ୍ୟ ବୃହସ୍ପତିଙ୍କ ବ୍ରହ୍ମତ୍ଵରେ ସମ୍ପନ୍ନ ହୋଇ ପାରିଲା । ଗୁରୁକୂଳର ବ୍ରହ୍ମଚାରୀ ମାନେ ବିଶୁଦ୍ଧ ମନ୍ତ୍ର ଉଚ୍ଚାରଣ କରିଥିଲେ । ଗୁରୁଜୀ/ଗୁରୁମା ଏବଂ ଅଭିଭାବକ ମାନଙ୍କ ସହଯୋଗରେ ସତାଧିକ ଯଜ୍ଞପ୍ରେମୀ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଆହୁତି ପ୍ରଦାନ ପୂର୍ବକ ନବବର୍ଷ ପାଳନ ଓ ବିଶ୍ୱଶାନ୍ତିର କାମନା କରିଥିଲେ । ଅନେକ ସାଧୁସନ୍ଥ ବିଦ୍ଵାନ ମନିଷି ସହରର ଗଣମାନ୍ୟ ସଜ୍ଜନ ମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Mahila Mandal of J K Paper Mills celebrated International Women’s Day
ମହାଯଜ୍ଞର ପୂର୍ଣ୍ଣାହୁତି ପରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟର ଉପ-ସଭାପତି ଡଃ ଗୀତାଞ୍ଜଳି ମିଶ୍ର ,ସଂପାଦକ ଡଃ କୈଳାସ ଚାନ୍ଦ , ସହ-ସଂପାଦକ ଘନଶ୍ୟାମ ମିଶ୍ର,କୋଷାଧ୍ୟକ୍ଷ ବନମାଳୀ ପଣ୍ଡା, ଡଃ ଦେବେନ୍ଦ୍ର ପଧାନ, ଡଃ ସୌରଭ ରଂଜନ ଖମାରୀ, ଶିବ ପାତ୍ର, ରାଜେନ୍ଦ୍ର ନାଏକ, ପ୍ରମୋଦ ମହାପାତ୍ର, ପ୍ରଦୀପ ପୁରୋହିତ ଇତ୍ୟାଦି ମହାନୁଭବ ମଞ୍ଚାସିନ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁବାସ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ସାମୂହିକ ପ୍ରସାଦ ସେବନ ସହିତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।