ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୬/୦୨) : ସରସ୍ଵତୀ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ୫ ଆହତ । ସମସ୍ତ ଆହତ ବ୍ୟକ୍ତିଙ୍କୁ ଯାଜପୁର ଜିଲ୍ଲାର ଯଯାତି କେଶରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଯାଜପୁର ସଦର ଥାନା ଅନ୍ତର୍ଗତ ନାଥସାହୀ ଆଦମ୍ ପୁର ଗାଁ ରେ ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ନାଥସାହୀ ଆଦମ୍ ପୁର ଗାଁ’ରେ ସରସ୍ୱତୀ ମେଢ଼ ଭସାଣି ଉତ୍ସବ ହେଉଥିବା ବେଳେ କୌଣସି କାରଣରୁ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକାଟି ହୋଇଥିଲା । ଗୋଟିଏ ଗୋଷ୍ଠୀ ଛିଡ଼ା ହୋଇ ଭସାଣ ଉତ୍ସବ ଦେଖୁଥିବାବେଳେ ଅପର ଗୋଷ୍ଠୀ ଯୁକ୍ତିତର୍କ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଏହା ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଉଭୟ ପକ୍ଷ ମଧ୍ୟରେ ପିଟାପିଟି ହେବାରୁ ୨ ଗୋଷ୍ଠୀର ୫ ଜଣ ଆହତ ହୋଇଥିଲେ । ସମସ୍ତ ଆହତ ଯଯାତି କେଶରୀ ମେଡିକାଲ କଲେଜରେ ଭର୍ତି ହୋଇଛନ୍ତି । ପୂର୍ବ ବର୍ଷର ଭସାଣୀ ଉତ୍ସବକୁ ନେଇ ଏହି ବିବାଦ ହୋଇଥିବା ଜଣାପଡ଼ିଛି । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।