32.9 C
Balāngīr
Tuesday, May 13, 2025

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଜଳଛତ୍ର କାର୍ଯ୍ୟକ୍ରମ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଗୁଣପୁର, (୫/୫) : ଆପ୍ର. : ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ କରି ପ୍ରଶାସନ ତରଫରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜଳ ଛତ୍ରର ବ୍ୟବସ୍ଥା କରାଯାଇଥାଏ ।WhatsApp Image 2025 05 05 at 16.08.37 1 ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଜଳଛତ୍ର କାର୍ଯ୍ୟକ୍ରମ

ପ୍ରଶାସନ ରାସ୍ତା କଡ଼ରେ , ଛକ ଜାଗାରେ ମାଟି ହାଣ୍ଡିରେ ପାଣି ଥୋଇ ତାର କାର୍ଯ୍ୟ ସମ୍ପାଦନ କରିଥାଏ । କିନ୍ତୁ ଆଜିକାଲି ତାହା ମଧ୍ୟ ଦେଖିବାକୁ ମିଳୁନାହିଁ । କାରଣ ସହରାଞ୍ଚଳରେ ବିଦ୍ୟୁତ ଚାଳିତ ରେଫ୍ରିଜେରେଟର ମାଟି ହାଣ୍ଡିର ସ୍ଥାନ ଛଡେଇ ନେଇଛି । କିନ୍ତୁ ଗୁଣପୁର ପୈାରାଞ୍ଚଳରେ ଏହି ଥଣ୍ଡା ପାଣି ଯନ୍ତ୍ର ଗୁଡ଼ିକ ଅଧାରୁ ଅଧିକ ଖରାପ୍ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଫଳରେ ପ୍ରଚଣ୍ଡ ଖରାରେ ଵାଟୋଇ ଟିଏ ପାଣି ମୁନ୍ଦିଏ ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଏପ୍ରିଲ ୨୬ ତାରିଖରୁ ମେ ୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ବ୍ୟାପୀ ବିଭିନ୍ନ ଦିନ ଦହିପଣା, ମିଶ୍ରି ପାଣି, ଚିନି ପାଣି, ପଣା ଓ ସରବତପାଣି ସହ ବିଭିନ୍ନ ଫଳ ରସ ସ୍ଥାନୀୟ ବାଇପାସ୍ ଛକଠାରେ ବଣ୍ଟନ କରାଯାଇଥିଲା ।WhatsApp Image 2025 05 05 at 16.08.37 ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଜଳଛତ୍ର କାର୍ଯ୍ୟକ୍ରମ

ପ୍ରତିଦିନ ଶହଶହ ଯାତ୍ରୀ ଏହି ଥଣ୍ଡା ପାନୀୟ ପିଇ ତୃଷ୍ଣା ମେଣ୍ଟାଉଥିଵା ଦେଖିବାକୁ ମିଳିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ଚାଲିଥିଵା ଏହି ପଣା ବଣ୍ଟନ ବା ଜଳ ଛତ୍ର କାର୍ଯ୍ୟକ୍ରମଟି ଆଜି ସମାପନ ହୋଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଶତପଥୀଙ୍କ ତତ୍ୱାବଧାନରେ ପରିଚାଳନା କରାଯାଇଥିବା ବେଳେ, ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତି, ଗୁରୁଜୀ ,ଗୁରୁମା, ମଉସା, ମାଉସୀ,ମାତୃ ଭାରତୀ ଓ ପୂର୍ବତନ ଛାତ୍ର ପୂର୍ଣ୍ଣ ସହଯୋଗ କରିଥିବା ଦେଖିବାକୁ ମିଳିଛି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...