32.9 C
Balāngīr
Wednesday, April 30, 2025

ସରିଲା ଦଶମ ପରୀକ୍ଷା, ପରୀକ୍ଷା ଦେଲେ ୧୩୮୧ଛାତ୍ରଛାତ୍ରୀ; ଶାନ୍ତି ଶୃଙ୍ଖଳା ସହିତ ପରୀକ୍ଷା ଶେଷ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୬/୦୩) : ସରିଲା ଦଶମ ପରୀକ୍ଷା । ଶେଷ ଦିନରେ ହିନ୍ଦୀ, ସଂସ୍କୃତ ଓ ଭୋକେଶନାଲ ବିଷୟରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ ।

ପରୀକ୍ଷା ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷାରେ କପିରେ ରୋକ ଲଗାଇବା ପାଇଁ ବୋର୍ଡ ପକ୍ଷରୁ ପ୍ରଶ୍ନ ପତ୍ରରେ କ୍ୟୁଆର କୋଡର ବ୍ୟବସ୍ଥା କରାଯାଇଥିଲା ।ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ କଡାକଡି ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ରକୁ ଛଡାଯାଉଥିଲା । ମୁରିବାହାଲ ବ୍ଲକ ରେ ୯ ଗୋଟି ସେଣ୍ଟରେ ରହିଥିବାବେଳେ ପଞ୍ଚାୟତି ହାଇସ୍କୁଲ ମୁରିବାହାଲ କୁ ନୋଡାଲ ସେଣ୍ଟର ଚୟନ କରାଯାଇଥିଲା ।

ନୋଡାଲ ସେଣ୍ଟର ଇନଚାର୍ଜ ସୁନୀଲ କୁମାର ପାତ୍ର ଡେପୁଟି ଇନଚାର୍ଜ ହେମନ୍ତ ନାଗ ଦାୟିତ୍ୱରେଥିଲେ । ଇନ୍ଦ୍ରାଗାନ୍ଧୀ ହାଇସ୍କୁଲ ଦେବଙ୍ଗ, ମୁକୁନ୍ଦିଲାଲ ଅଗ୍ରୱାଲ ହାଇସ୍କୁଲ ଗୁଡିଘାଟ,ଗ୍ରାମ ପଞ୍ଚାୟତ ହାଇସ୍କୁଲ ଚଲକି,ହଳଦୀ ହାଇସ୍କୁଲ, ପାଟଣେଶ୍ୱରୀ ଗୋଭରମେଣ୍ଟ ହାୟର ସେକେଣ୍ଡ୍ରି ସ୍କୁଲ ଲେବେଡା, ଗୋଭରମେଣ୍ଟ ଇଉଜି ହାଇସ୍କୁଲ ସିରୋଲ, ଗୋଭରମେଣ୍ଟ ନୋଡାଲ ହାଇସ୍କୁଲ ତେନ୍ତୁଳୀଖୁଣ୍ଟି ଓ ବାଙ୍କେଲ ହାଇସ୍କୁଲ ସମୁଦାୟ ୯ ଗୋଟି ସେଣ୍ଟର ରେ ୧୪୪୬ ଆଲୋଟେଡ଼ ଥିବାବେଳେ ୧୩୮୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୬୫ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ ।

୯ ପରୀକ୍ଷା କେନ୍ଦ୍ରରେ ଇନଭିଜିଲେଟର ୫୯, ରିଲିଭର ୧୯, ରୋଭର ୨୫, ସୁପରିଣ୍ଟେଣ୍ଡେଣ୍ଟ ୯ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ୧୦ ଦାଇତ୍ୱ ତୁଲାଇଥିବାବେଳେ ସମସ୍ତ ସେଣ୍ଟର ମାନଙ୍କରେ ଅବଜର୍ଭର ନିୟୋଜିତ କରାଯାଇଥିଲା । ସୂଚନା ମୁତାବକ ମାର୍ଚ୍ଚ ୧୯ରୁ ମାଟ୍ରିକ ପରୀକ୍ଷାର ଖାତା ଦେଖା ଆରମ୍ଭ ହେବ ମେ ‘ ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି ।”

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...