32.9 C
Balāngīr
Saturday, April 26, 2025

ସରିଲା ଶୀତ ବଢ଼ିଲା ଖରା;ଆଗକୁ ଛଟପଟ କରିବ ଜନଜୀବନ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୦୨) : ଫେବୃଆରୀ ମାସରେ ବଢିବ ଖରାର ପ୍ରକୋପ । ଶୀତର ପ୍ରକୋପ ହ୍ରାସ ପାଇଥିବା ବେଳେ ଫେବୃଆରୀ ମାସରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ଜଣାପଡିଛି ।

ସରିଲା ଶୀତ ବଢ଼ିଲା ଖରା । ସାଧାରଣତଃ ଫେ‍ବୃଆରୀ ମାସ ବେଳକୁ ଶୀତ ଏହାର ପ୍ରକୋପ ଦେଖାଉଥାଏ । ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିବାକୁ ଯାଉଛି । ଏବର୍ଷ ଫେବ୍ରୁଆରୀରୁ ତାତିବ ଓଡ଼ିଶା । ରାଜ୍ୟରେ ଆଗାମୀ କିଛି ଦିନରେ ପାରଦ ୫ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି । ଏପଟେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଫେବୃଆରୀ ମାସ ପାଇଁ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ଏଥର ଫେବ୍ରୁଆରୀରେ ଶୀତ ପ୍ରକୋପ ସମ୍ଭାବନା କମ୍‌ । ସାରା ଦେଶରେ ଉଭୟ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ବେଶ୍‌ ଅଧିକ ରହିପାରେ । ଓଡ଼ିଶାରେ ବି ଶୀତ ରହିବନି । ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଢେର ଅଧିକ ରହିବ । ମଝିରେ ମଝିରେ ବର୍ଷା ସମ୍ଭାବନା ବି ଦେଖାଯାଉନି।

ବିଗତ କିଛି ଦିନ ହେବ ତାପମାତ୍ରା ଅସ୍ବାଭାବିକ ଭାବରେ ବୃଦ୍ଧି ପାଇଛି। ଏବେ ରାତି ଓ ଦିନର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିଛି। ଆସନ୍ତା ୩ ଦିନ ପରେ ଆହୁରି ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତାତି ଧୀରେ ଧୀରେ ବଢ଼ିବ ବୋଲି କୁହାଯାଉଛି। ଅଧିକାଂଶ ଜିଲ୍ଲାରେ ସ୍ବାଭାବିକଠାରୁ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ବୃଦ୍ଧିର ଅଧିକ ପ୍ରଭାବ ରହିବ।

ପାଣିପାଗ ବିଭାଗ ଅନୁସାରେ ରାତି ତାପମାତ୍ରାରେ ଏବେ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ । କୁହୁଡ଼ି ପ୍ରକୋପ ଆହୁରି ୨ଦିନ ଲାଗି ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଓ ଗଞ୍ଜାମରେ ଘନ କୁହୁଡ଼ି ରହିବ ଶନିବାର ସକାଳେ । ଏସବୁ ଜିଲ୍ଲାର କିଛି ଅଞ୍ଚଳ ସମେତ ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ମୟୂରଭଞ୍ଜ, ନୟାଗଡ଼ ଓ କୋରାପୁଟର ସ୍ଥାନେ ସ୍ଥାନେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ୨ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି ରହିବ । ତା’ପରେ କୁହୁଡ଼ି କମିବ ଚଳିତବର୍ଷ ଜାନୁଆରୀ ମାସ ବିଶ୍ୱ ପାଇଁ ସବୁଠାରୁ ଉତ୍ତପ୍ତ ଥିଲା।

ପାଣିପାଗ ବିଭାଗ ତଥ୍ୟ ଅନୁସାରେ ଶୁକ୍ରବାର ବଲାଙ୍ଗୀର ୩୩.୮, ସମ୍ବଲପୁର ୩୩.୬, ହୀରାକୁଦ ୩୩.୬, ଭଦ୍ରକ ୩୩.୬, ଅନୁଗୁଳ ୩୩.୧, ସୋନପୁର ୩୩.୧, ନୂଆପଡ଼ା ୩୩ ଡିଗ୍ରୀ ଥିଲା । ଭୁବନେଶ୍ୱର ତାପମାତ୍ରା ୩୨.୪ ଥିବା ବେଳେ ଜଗତସିଂହପୁର ଓ ନବରଙ୍ଗପୁର ୩୨.୫ ଡିଗ୍ରୀ ଥିଲା ।

 

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...