32.9 C
Balāngīr
Sunday, July 20, 2025

ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତି ଏବଂ ସ୍ୱଛ୍ଛ ଭାରତର ଉଦଯାପନୀ ଉତ୍ସବ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,(୩୧/୧୦) : ଅଦ୍ୟ ତାରିଖ- ୩୧-୧୦-୨୦୨୧ ରବିବାର ଦିନ ବଲାଙ୍ଗିର ସ୍ଥିତ ସରକାରୀ ମହିଲା ମହାବିଦ୍ୟାଳୟ ଅଡିଟୋରିୟମ ଠାରେ ନେହେରୁ ୟୁବକ କେନ୍ଦ୍ର ଭାରତ ସରକାର, ବଲାଙ୍ଗିର ଏଵଂ ଜାତୀୟ ସେବା ଯୋଜନା ମହିଲା ବିଦ୍ୟାଳୟଙ୍କ ମିଳିତ ଉଦ୍ୟମରେ ଲୌହମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଜନ୍ମ ଜୟନ୍ତି ଏବଂ ସ୍ୱଛ୍ଛ ଭାରତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଅଛି ।77efa74c b0e9 46ef b4ea d00efbb3623e ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତି ଏବଂ ସ୍ୱଛ୍ଛ ଭାରତର ଉଦଯାପନୀ ଉତ୍ସବ

ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ଶ୍ରୀମତି ସଙ୍ଗୀତା କୁମାରୀ ସିଙ୍ଗଦେଓ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏ. ଭି ନରସିମ୍ହା କୁମାର (ଜିଲ୍ଲା ଯୁବ ଅଧିକାରି ନେହେରୁ ୟୁବକ କେନ୍ଦ୍ର ବଲାଙ୍ଗିର), ମନୋରଂଜନ ମିଶ୍ର (ଅଧ୍ୟକ୍ଷ ସରକାରୀ ମହିଲା ମହାବିଦ୍ୟାଳୟ ବଲାଙ୍ଗିର), ହେମନ୍ତ କୁମାର ମଲ୍ଲିକ (ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଜାତୀୟ ସେବା ଯୋଜନା) ଏବଂ ବିପିନ ବିହାରୀ ଜେନା (କାର୍ଯ୍ୟକ୍ରାମ ସହାୟକ ନେହେରୁ ୟୁବକ କେନ୍ଦ୍ର ବଲାଙ୍ଗିର) ଅନ୍ୟତମ ଅତିଥି ରୂପେ ଯୋଗଦେଇଥିଲେ । ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ମାନ୍ୟବର ଲୋକ ସଭା ସାଂସଦ ଶ୍ରୀମତି ସିଙ୍ଗଦେଓ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ମନ୍ୟବର ସାଂସଦ ତାଙ୍କ ବକ୍ତବ୍ୟ ମାଧ୍ୟମରେ ସ୍ୱଛ୍ଚତା କିପରି ପ୍ରତ୍ୟେକ ଭାରତୀୟଙ୍କ ଜୀବନରେ ଏକ ଅଂଶ ରୂପେ କାର୍ଯ୍ୟକାରି କରିବା ପାଇଁ ସମସ୍ତଙ୍କୁ ଅହ୍ୱାନ ଦେଲେ । ଏବଂ ସର୍ଦ୍ଦାର ପଟେଲଙ୍କ ଜୀବନ ଓ ଦର୍ଶନ ଉପରେ ସଂକ୍ଷେପରେ ଆଲୋକ ପାତ କରିଥିଲେ । ମୁଖ୍ୟବକ୍ତା ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋରଂଜନ ମିଶ୍ର ଲୌହ ମାନବ ପଟେଲଙ୍କ ଜୀବନ ଦର୍ଶନ ସହିତ ତାଙ୍କ ଜନ୍ମଦିନକୁ କାହିଁକି ଏକତା ଦିବସ ରୂପେ ପାଳନ କରାଯାଉଛି । ତା ବିସ୍ତୃତ ଭାଵରେ ତାଙ୍କ ବକ୍ତବ୍ୟ ମାଧ୍ୟମରେ ସମବେତ ସ୍ୱେଛ୍ଛାସେବୀଙ୍କ ଆଗରେ ଉପସ୍ଥାପନା କରିଥିଲେ । ପ୍ରକାଶ ଥାଉ କି ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଉପସ୍ଥିତ ଯୁବକ ଯୁବତୀ ବନ୍ଦେମାତରଂ ସାମୁହିକ ଗାନ କରିବା ସହିତ ଏକତା ଦିବସର ଶପଥ ପାଠ କରିଥିଲେ ।d38e3089 1f1c 4098 a39b d418e22578c5 ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତି ଏବଂ ସ୍ୱଛ୍ଛ ଭାରତର ଉଦଯାପନୀ ଉତ୍ସବ

ସଭାପର ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି NYV ଜାତୀୟ ସେବା ଯୋଜନାର ସ୍ୱଛ୍ଚାସେବୀ ବୃନ୍ଦଙ୍କୁ ସବୁଜ ପତାକା ଦେଖାଇ ସ୍ୱଛ୍ଚ ଭାରତର ଅନ୍ତିମ ଦିନରେ ଏକ କାଲୀନ ବ୍ୟବହାର ଯୋଗ୍ୟ ପଲିଥିନ ଏବଂ ପ୍ଲାଷ୍ଟିକ ସଂଗ୍ରହ କରିବା ପାଇଁ ବାହାରିଥିଲେ । ଏବଂ ଏଥିରେ ପୌରପରିଷଦରୁ ଆସିଥିବା ବର୍ଜ୍ୟବସ୍ତୁ ସଂଗ୍ରହ ଯାନରେ ସଂଗୃହିତ ଆବର୍ଜନାକୁ ସ୍ୱେଛ୍ଚା ସେବୀ ମାନେ ପକାଇଥିଲେ ।

ଏହି କାର୍ଯ୍ୟକ୍ରମରେ ନେହେରୁ ୟୁବକ କେନ୍ଦ୍ର ସମସ୍ତ ବ୍ଲକର ଜାତିୟ ସ୍ୱେଛ୍ଛା ସେବୀ ଯୋଗଦେଇ ସ୍ୱଛ୍ଛତା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ସମସ୍ତେ ଦଣ୍ତାୟମାନ ହୋଇ ଜାତୀୟ ସଂଗୀତ ଗାନ କରି ସମସ୍ତଙ୍କୁ ସାଧୁବାଦ ଦେଇ ସଭାସାଂଗ କରାଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...