32.9 C
Balāngīr
Tuesday, May 20, 2025

ସର୍ବ ଦଳୀୟ ପକ୍ଷରୁ ଆଦିବାସୀ ଉନ୍ନୟନ ପ୍ରକଳ୍ପ ବିରୋଧରେ ସାମ୍ବାଦିକ ସମ୍ମିଳନୀ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ରାୟଗଡା, (୦୬/୦୫) : ଆପ୍ର. : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ସର୍ବଦଳୀୟ ପକ୍ଷରୁ ଆଦିବାସୀ ଉନ୍ନୟନ ପ୍ରକଳ୍ପ ବିରୋଧରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 05 05 at 19.05.48 ସର୍ବ ଦଳୀୟ ପକ୍ଷରୁ ଆଦିବାସୀ ଉନ୍ନୟନ ପ୍ରକଳ୍ପ ବିରୋଧରେ ସାମ୍ବାଦିକ ସମ୍ମିଳନୀ

ଏଥିରେ ଆଦିବାସୀ ଉନ୍ନୟନ ପ୍ରକଳ୍ପ (ଆଇ ଟି ଡି ଏ) ତରଫରୁ ଏମ୍ ଜି ଏନ ଆର ଜି ଏ ରେ  କଲ୍ୟାଣସିଂହପୁର ବ୍ଲକରେ ଦୁର୍ନୀତି ହୋଇଥିବା ନେଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କାର୍ଯ୍ୟାଦେଶ୨୪୨୯୦୦୫/ଆରସି/୧୦୬୦୮୬୪୩ରେ ସ୍ଥାନୀୟ ପି ଡବ୍ଲୁ ଡି ରାସ୍ତା ଠାରୁ ଚାଞ୍ଚଡାସାହି ଓ ମଥୁରାନଗର ଲେକାଗୁଡାରେ  ହେବାକୁ ଥିବା କେନାଲ କାମ ନ କରି ଉଭୟ ରୁ ୫ଲକ୍ଷ ୭୫ହଜାର ଟଙ୍କାର ବିଲ ହୋଇଯାଇଛି । ଏହିପରି ବିଗତ ବର୍ଷରେ ମଧ୍ୟ ଅନେକ ଗୁଡିଏ କାମ ନ କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି । ପଲମା, ଧାମୁନିପଙ୍ଗା, ସିଙ୍ଗାରି ପଞ୍ଚାୟତରେ ଆର୍ଥିକ ବର୍ଷ ୨୦୨୨-୨୦୨୩,୨୦୨୩-୨୦୨୪ ଓ ୨୦୨୪-୨୦୨୫ କାର୍ଯ୍ୟର ତଦନ୍ତ କରିବା ପାଇଁ ଲଖିତ ଅଭିଯୋଗ କରିଛନ୍ତି । ଆଇଟିଡିଏ ସଂସ୍ଥାର  କନିଷ୍ଠ ଯନ୍ତ୍ରୀ ଅଚିନ୍ତା କୁମାର ପାଳ ଉକ୍ତ ବ୍ଲକରେ ପ୍ରାୟ ୫ବର୍ଷ ହେବ ବିନା କାର୍ଯ୍ୟ କରି ଟଙ୍କା ଆତ୍ମସାତ କରିଛନ୍ତି ଓ କୌଣସି ସ୍ଥାନରେ ସୂଚନା ଫଳକ ଲଗାଇନଥିବା ଅଭିଯୋଗ କରିଛନ୍ତି ।

ସିଙ୍ଗାରିରେ ପ୍ରାୟ ୭ରୁ ୮ଟି ଚେକଡେମ କରିବା ଭଳି ଦେଖାଯାଇଛି କିନ୍ତୁ, ବିନା କାର୍ଯ୍ୟରେ ବିଲ ହୋଇଛି । ୫ବର୍ଷରେ ଅତି କମରେ ୨୦ଟି ଚେକ ଡେମ କରିଥିବା କାଗଜ କଲମରେ ଦର୍ଶାଇ ଥିବା ଅଭିଯୋଗ କରିଛନ୍ତି । ସମୁଦାୟ ୧୮୩ଟି କାର୍ଯ୍ୟରୁ ୯୦ଭାଗ କାର୍ଯ୍ୟ ବିନା ସାଇନ ବୋର୍ଡରେ କନିଷ୍ଠ ଯନ୍ତ୍ରୀ (ଏ କେ) ଅଚିନ୍ତା କୁମାର ପାଳ ବିଲ କରିଛନ୍ତି । ଉକ୍ତ ବ୍ଲକର ୧୪ଟି ପଞ୍ଚାୟତରେ ଥିବା ସତ୍ତ୍ୱେ କେବଳ ହାତ ଗଣତି ହିସାବରେ କିଛି ଲୋକଙ୍କୁ କାମ ଦେଇ ମାଲାମାଲ ହେଉଥିବା ଲିଖିତ ଅଭିଯୋଗ କରିଛନ୍ତି । ଏହାର ସଠିକ ଭିଜିଲାନ୍ସ ତଦନ୍ତ କରି କନିଷ୍ଠ ଯନ୍ତ୍ରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଯଦି ଆବଶ୍ୟକ ସ୍ଥଳରେ ବ୍ଲକ ସମସ୍ତ ଗରିବ ଓ ଚାଷୀ ଭାଇ ମାନଙ୍କୁ ନେଇ ଶାନ୍ତି ପୂର୍ଣ୍ଣ ଭାବରେ ଆଇଟିଡିଏ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ସମେଶ୍ୱର କୌଶଲ୍ୟା, ସେଲେବାନ କୌଶଲ୍ୟା, ରାମଦାସ ବେନିଆ, ସଞ୍ଜୁ ତିଆକା, ଅଙ୍ଗଦ ତିଆକା, କାମେଶ କାଡ୍ରାକା, ସୁରେନ୍ଦ୍ର କୌଶଲ୍ୟା ଗୋପାଳ ବିବାର ,ସନ୍ତୋଷ ବାଗ ନିରଞ୍ଜନ ମହନନ୍ଦିଆ ,ଶତ୍ରୁଘନ ବାଗ ପ୍ରମୁଖ  ଉପସ୍ଥିତ ରହିଥିଲେ ।

ଉକ୍ତ ବିଷୟ ନେଇ ପିଆଇଟିଡିଏ ସହକାରି ଯନ୍ତ୍ରୀ ତ୍ରିଲୋଚନ ସେଠୀ ଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଖବର ବିଷୟରେ ଅବଗତ ଅଛି ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି । କିନ୍ତୁ, କନିଷ୍ଠ ଯନ୍ତ୍ରୀ ପାଳ ଯୋଗାଯୋଗରେ ଆସୁନାହାନ୍ତି । ସହକାରି ଯନ୍ତ୍ରୀ ଘଟଣାର ତଦନ୍ତ କରିବା ପାଇଁ କହୁଥିବା ବେଳେ (ପି ଆଇ ଟି ଡି ଏ )ପ୍ରକଳ୍ପ ନିର୍ଦ୍ଧେଶକ ହାତବାନ୍ଧି ଚୁପ ହୋଇ ବସି ରହୁଥିବା ଜଣାପଡିଛି ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...