ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୯/୦୮) : ଆଜି ସନ୍ଧ୍ୟାରେ କଟକରୁ ପତନି ଯାଉଥିବା ଏକ ଯାତ୍ରୀବାହୀ ବସ୍ ବାଙ୍କୀର ନୃସିଂହ ଛକ ନିକଟରେ ଜଣେ ସାଇକେଲ ଆରୋହୀକୁ ଧକ୍କା ଦେଇ ପୋଖରୀ ଭିତରକୁ ଖସି ଯାଇଛି ।
ବସ୍ ଧକ୍କାରେ ପ୍ରାଣ ହରାଇଥିବା ସାଇକେଲ ଆରୋହୀଙ୍କ ଘର ରଣପୁର ଗାଁ’ରେ । ତାଙ୍କୁ ପୁଲିସ ବସ୍ ଚକା ତଳୁ ଉଦ୍ଧାର କରି ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ବସ୍ଟି ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ପୋଖରୀ ଆଡ଼କୁ ମାଡ଼ି ଯାଇଥିଲା । ତେବେ ସୌଭାଗ୍ୟକୁ ପୂରା ବସ୍ଟି ପୋଖରୀକୁ ଖସି ନଥିଲା । ବସ୍ର ଅଳ୍ପ ଅଂଶ ପୋଖରୀକୁ ଖସି ଯାଇଥିଲା । ତେବେ ବସ୍ର କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନି ।