ବଲାଙ୍ଗିର, (୦୭/୦୫) : ଆପ୍ର. : ସଂଗୀତ କୁ ଅକ୍ତିୟାର କରିବାକୁ ହେଲେ ସାଧନା ଓ ନିଷ୍ଠା ର ନହାତି ଆବଶ୍ୟକ ଯିଏ ଯେତେ ସାଧନା କରିବ କଳା କ୍ଷେତ୍ର ରେ ସେତିକି ନିଷ୍ଠା ର ସହ ଆଗକୁ ବଢ଼ି ପାରିବ ।
ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ୨୯ ତମ ବାର୍ଷିକୋସଵ ଅବସରରେ ଅତିଥି ମାନେ ଏହା ମତ ପ୍ରକାଶ କରିଛନ୍ତି । ସଭାର ପ୍ରଥମ ପର୍ଯ୍ୟାୟ ରେ ସ୍ୱର୍ଗତ ବ୍ରଜମୋହନ ମିଶ୍ର ଓ ସୁନୀଲ ମହାରଣା ଙ୍କ ଆତ୍ମା ର ଶାନ୍ତି ପାଇଁ ନିରବ ପ୍ରାର୍ଥନା କରା ଯିବା ପରେ ସଂପାଦକ ଦିବ୍ୟ ରଞ୍ଜନ ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ, ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପଟେଲ ଓ ସଂମାନ୍ୱିତ ଅତିଥି ଡ଼ ଶ୍ରୀକର ମିଶ୍ର ବରିଷ୍ଠ କଣ୍ଠ ଶିଳ୍ପୀ ସଙ୍ଗୀତ ନିର୍ଦେଶକ ଦୀପ୍ତି ପ୍ରକାଶ ଦାସ ଙ୍କୁ ଗୁରୁଃଶ୍ରୀ ଚିତ୍ତ ରଞ୍ଜନ ସାହାଣୀ ସ୍ମୁତି ସଂମାନ ଯୁବ କଣ୍ଠ ଶିଳ୍ପୀ ତନ୍ମୟ କୁମାର ଓ ବର୍ଷାରାଣୀ ବହିଦାର ଙ୍କୁ ଯଥାକ୍ରମେ ପ୍ରଫୁଲ୍ଲ ପ୍ରଧାନ ଓ ମୁରଲି ଧର ବେହେରା ଯୁବ ପତିଭା ପୁରସ୍କାର, ସମାଜ ସେବୀ ଅଙ୍କୁଶ ପାଣ୍ଡିଆ ଙ୍କୁ ଭଗବାନ ପତି ସ୍ମୁତି ସଂମାନ ରେ ମାନପତ୍ର ଓ ଉପଢୌକନ ଦେଇ ସଂମାନ୍ୱିତ କରିଥିଲେ ।
ଚଳିତ ବର୍ଷ ର ଶ୍ରେଷ୍ଠ ଛାତ୍ର ଭାବେ ତବଲା ବିଭାଗ ର ଛାତ୍ର ବ୍ରଜ ମୋହନଦାସ ଙ୍କ ସ୍ମୁତିରେ ଅଦ୍ୱେତ ସାହୁ ଓ ଶ୍ରେଷ୍ଠ ଛାତ୍ରୀ ର ପୁରସ୍କାର ଜ୍ଞାନଦା କର ସ୍ମୁତି ରେ ପ୍ରଣତି ମହାରଣା ଙ୍କୁ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ର ସଭାପତି ମୁରଲି ଧାରି ପତି ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଃଶ୍ରୀ ଗୌର କିଶୋର ମହାପାତ୍ର. ସଭା କାର୍ଯ୍ୟ ପରେ ବିଦ୍ୟାଳୟ ଗୁରୁ ଗୌର କିଶୋର ମହାପାତ୍ର, ମୁରଲି ଧାରି ପତି, ଓ ସିରିଶା ସୁଭଦର୍ଶିନୀ ପତି ଙ୍କ ନିର୍ଦେଶନା ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ତବଲା ବାଦନ, ଓଡିଶୀ ନୃତ୍ୟ, ଗୋଷ୍ଟି ସଙ୍ଗୀତ,ଲଘୁ ଶାସ୍ତ୍ରୀୟ ନୃତ୍ୟ, ଶିବ ତାଣ୍ଡବ ଓ ଗୀତି ନାଟ୍ୟ କାଞ୍ଚି ଅଭିଯାନ ପ୍ରଦର୍ଶନ କରାଯାଇଥିଲା ।
ବାଦ୍ୟ ଯନ୍ତ୍ର ଓ ଅନୁସଙ୍ଗିକ ରେ ସହଯୋଗ କରିଥିଲେ ସମ୍ବିତ, ଶୁଭେନ୍ଦୁ, କ୍ରିଷ୍ଣରାଜ, ସଂସ୍କାର ସୋମ, ସ୍ୱରିତ,ଚୈତନ୍ୟ ମଟାରୀ, ମନୋରଞ୍ଜନ ବେହେରା, ରାଜେଦ୍ର ନାୟକ, କ୍ଷେତ୍ରବାସୀ ପ୍ରମୁଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାହସ୍ରା ଧିକ ଦର୍ଶକ ଉପସ୍ଥିତି ରେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଗୁରୁ ଦୀପକ କୁମାର ବରାଳ ଗୁରୁ ଡି. ଶଙ୍କର ନାରଣ ମୂର୍ତ୍ତି, ପ୍ରଭାଞ୍ଜନ ରାୟ ଗୁରୁ,ରମଣୀ ରଞ୍ଜନ ପଟ୍ଟନାୟକ, ଜିକୁ, ରାଜ, ସୋନୁ, ଡାକ୍ତର, ଆଶୁ, ସୁଦାମ, ସଂଜୀବ, ସରୋଜ, ନୀଲୀପ, ଶିବା ଏବଂ ଅନୁଷ୍ଠାନ ର ଅନ୍ୟାନ୍ୟ ସଭ୍ୟ ବୃନ୍ଦ ।