32.9 C
Balāngīr
Tuesday, July 15, 2025

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭନ୍ନ ପ୍ରତିଯୋଗୀତା

Must read

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୫/୦୧) : କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଜାତୀୟ ଦିବସ ଆୟୋଜକ କମିଟି ଦ୍ଵାରା ପାଳନ ହେବାକୁ ଥିବା ବ୍ଲକ୍ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଶୁକ୍ରବାର ରାଇକିଆ ସୁଧାକିରଣ କଲେଜ ପରିସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଏବିଇଓ ସିମାଦ୍ରି କହଁର ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟ ଓ କଲେଜ ରୁ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ । ପ୍ରାଥମିକ ସ୍ତରରୁ ଯୁକ୍ତ ତିନି ପର୍ଯ୍ୟନ୍ତ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ, ସଂଗୀତ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଚାରକ ମଣ୍ଡଳୀ ଙ୍କ ଦ୍ଵାରା ଶ୍ରେଷ୍ଠ ମନୋନୀତ ହୋଇଥିବା କୃତୀ ପ୍ରତିଯୋଗୀ ଙ୍କୁ ସଧାରଣ ତନ୍ତ୍ର ଦିବସ ଅବସର ରେ ପୁରସ୍କୃତ କରାଯିବ । ବକୃତା ପାଇଁ ବିଚାରକ ମଣ୍ଡଳୀ ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସଂକର୍ଷଣ ସାହୁ, ଶ୍ରୀଧର ଦାସ, ଲଲିତ ଦିଗାଳ ଯୋଗଦେଇଥିଲେ ।

ପ୍ରବନ୍ଧ ପାଇଁ ବିଚାରକ ମଣ୍ଡଳୀ ଭାବେ ଅଧ୍ୟାପକ ଗଜପତି ପ୍ରଧାନ, ଅଧ୍ୟାପିକା ସସ୍ମିତା ସିଂ, ଶିକ୍ଷୟତ୍ରୀ ଗାୟତ୍ରୀ ଦାସ, ଶିକ୍ଷକ ଭିକ୍ଟର ବଳିଆରସିଂ, ଅଧ୍ୟାପକ ଅନୁରଞ୍ଜନ ମନ୍ତ୍ରୀ, ଅଧ୍ୟାପକ ବିଭୁକିଶୋର ପ୍ରଧାନ, ଅଧ୍ୟାପିକା ଶୁଭଶ୍ରୀ ବାରିକ , ଶିକ୍ଷକ ସଂଜୀବ କୁମାର ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ବିନୋଦ କୁମାର ବଗର୍ତ୍ତି, ସଚିଦାନନ୍ଦ ସ୍ଵାଇଁ, ଖଗପତି ପ୍ରଧାନ, ଦିବସ କୁମାର ପ୍ରଧାନ, ଅଧ୍ୟାପିକା ଚିନ୍ମୟୀ ପ୍ରଧାନ, ଅଧ୍ୟାପକ ଧର୍ମେନ୍ଦ୍ର କୁମାର ଦିଗାଳ, ସାରଙ୍ଗଧର ମାମ୍ବାଲାକା, ଜାତୀୟ ଦିବସ ଆୟୋଜନ କମିଟି ପକ୍ଷରୁ ସାମ୍ବାଦିକ ମୋଶେଷ ଦିଗାଳ, ପ୍ରଦୀପ କୁମାର ବେହେରା, ଆଦିତ୍ୟ ପ୍ରସାଦ ପାଢି ଏବଂ ସନକ ଦିଗାଳ ପ୍ରମୁଖ ଯୋଗଦାନ କରି ପରିଚାଳନା କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...