ସୁବର୍ଣ୍ଣପୁର, (୧୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଗଣେଶପୁର ଗ୍ରାମର ସୁବାଶ ଘିବିଲା (୪୮)ଙ୍କ ସାପ କାମୁଡ଼ାରେ ମୃତ ହୋଇଥିବା ଜଣାପଡ଼ିଛି ।
ମୃତ ସୁବାଶ ନିଜ ଜମିରେ ପାଣି ମଡାଉଥିବା ବେଳେ ତାଙ୍କ ଗୋଡ଼କୁ ମହାମଣ୍ଡଳ ନାମକ ବିଷଧର ସାପ କାମୁଡି ଦେଇଥିଲା । ଫଳରେ ତାକୁ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତେବେ ସୁବାଶ ନାମଯଜ୍ଞରେ ମୃଦଙ୍ଗ ବଜାଇ ପରିବାର ପରିପୋଷଣ କରୁଥିଲେ । ହେଲେ ତାଙ୍କ ମୃତ୍ୟୁ ହୋଇଥିବାରୁ ପରିବାର ଲୋକେ ବେସାହାରା ହୋଇ ପଡିଛନ୍ତି । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି ।