ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୧୩/୦୮) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଉଳଗାଁ ଗ୍ରାମ ପଞ୍ଚାୟତର ରୁକ୍ମିଣୀ ଗାଁ’ର ଦୁଃଶାସନ ନାୟକ (୪୭)ଙ୍କୁ ସାପ କାମୁଡ଼ି ଦେଇବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା ।
ସାପ କାମୁଡାରେ ରୁକ୍ମିଣୀ ଗାଁ’ର ଦୁଃଶାସନଙ୍କ ମୃତ୍ୟୁ । ପ୍ରକାଶ ଥାଉକି, ଦୁଃଶାସନ ବିଲରେ କାମ କରୁଥିବା ବେଳେ ଅପରାହ୍ନ ୩.୩୫ ମି଼ ସମୟରେ ଏକ ରଣା ସାପ କାମୁଡାରେ ତା”ର ମୃତ୍ୟୁ ହୋଇଥିବା କୁହାଯାଇଛି । ହଠାତ୍ ସାପ କାମୁଡ଼ିବାରେ ୧୦ ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି । ଗତକାଲି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ ।