ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୨୭/୦୮) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ତଥା ଲୋଇସିଂହା ଥାନା ଅନ୍ତର୍ଗତ ମନହୀରା ଗାଁ’ରେ ସାପ କାମୁଡାରେ ଜଣେ ୭ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ମୃତକ ଗାଁର ଦାଶରଥି ବାଗଙ୍କ ଏକମାତ୍ର ପୁଅ ସାହିଲ ।
ସୂଚନା ଅନୁସାରେ ସୋମବାର ରାତିରେ ସାହିଲ୍ ବାପା-ମାଆ ଓ ଭଉଣୀଙ୍କ ସହ ଶୋଇଥିଲେ । ବିଳମ୍ୱିତ ରାତିରେ ତାଙ୍କ ହାତରେ କୌଣସି ବିଷଧର ସାପ କାମୁଡିଥିଲା । କିଛି ସମୟ ପରେ ସାହିଲଙ୍କ ପେଟ ଦରଜ ସହ ବାନ୍ତି କରିଥିଲେ । ପରିବାର ଲୋକେ ରାତି ୧ଟା ୪୦ରେ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସାହିଲଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ସାହିଲ ଗାଁ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ପ୍ରଥମ ଶ୍ରେଣୀରେ ପଢ଼ୁଥିଲେ ।