ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୦୨) : ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍ ପୋଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
ସାବଧାନ୍ ଗାଡ଼ି ଚାଳକ, ଆସନ୍ତା ୧୦ ତାରିଖରୁ ପୁଣି ଟ୍ବିନ୍ ସିଟିରେ ଜୋରଦାର ହେବ ଗାଡ଼ି ଚେକିଂ। ଚେକିଂ ପୂର୍ବରୁ ସଚେତନ କରିଛି କମିଶନରେଟ୍ ପୋଲିସ । ଚେକିଂ ପୂର୍ବରୁ ବିକଟାଳ ହର୍ଣ୍ଣ, କଳା କାଚ ନ ଲଗାଇବାକୁ ତାଗିଦ କରିଛି କମିଶନରେଟ୍ ପୋଲିସ । ଗାଡିରେ ବିକଟାଳ ହର୍ଣ୍ଣ, କଳାକାଚ ଲଗାଇଥିଲେ ଦେବାକୁ ହେବ ଜରିମାନା । ମୋଟା ଅଙ୍କର ଜରିମାନା ନେଇ ସତର୍କ କରାଇଛି ପୋଲିସ । କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଆକ୍ସନ ମୋଡକୁ ଫେରିଛି କମିଶନରେଟ୍ ପୋଲିସ ।
ପୂର୍ବରୁ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ଆଦି ଚେକିଂ ହେଉଥିଲା । ହେଲେ ଗତ କିଛି ଦିନ ହେବ ସେସବୁ ବନ୍ଦ ରହିଥିଲା । ଏବେ ପୁଣି ଥରେ ଚେକିଂ କଡ଼ାକଡ଼ି କରାଯିବ ବୋଲି ସୂଚନା ଦିଆଯାଇଛି । ତେଣୁ ଆପଣଙ୍କ ଗାଡିରେ ଯଦି ବିକଟାଳ ହର୍ଣ୍ଣ ରହିଛି କିମ୍ବା କଳା କାଚ ଲାଗିଛି, ତେବେ ତାହା ଶ୍ରୀଘ କାଢି ଦିଅନ୍ତୁ ନଚେତ୍ ଧରାପଡିଲେ ଜରିମାନା ଗଣିବେ ବୋଲି ସତର୍କ କରିଛି ବିଭାଗ ।