32.9 C
Balāngīr
Thursday, June 12, 2025

ସାମୂହିକ ଭାବରେ ଖଲିଆକାନି ଗ୍ରାମରେ ୩୦୦୦ ଫଳବୃକ୍ଷ ରୋପଣ କରାଯାଇଥିଲା

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୩/୮) : ମାଆ ପାଇଁ ଗଛ ଟିଏ l ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା l ଏହି ଉଦ୍ଦେଶ୍ୟରେ ସ୍ଥାନୀୟ ଜନମୁକ୍ତି ଅନୁଷ୍ଠାନ ଭୋଇପଡା ତରଫରୁ ଏକ ସାମୂହିକ ଫଳବୃକ୍ଷ ରୋପଣ କାର୍ଯ୍ୟକ୍ରମ ମୁରିବାହାଲ ବ୍ଲକ୍ ହଳଦୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଳିଆକାନି ଗ୍ରାମରେ ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ତତ୍ତ୍ୱାବଧାନରେ ତଥା ଧର୍ମ ସାହୁଙ୍କ ସଂଯୋଜନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା WhatsApp Image 2024 08 24 at 08.04.01 ସାମୂହିକ ଭାବରେ ଖଲିଆକାନି ଗ୍ରାମରେ ୩୦୦୦ ଫଳବୃକ୍ଷ ରୋପଣ କରାଯାଇଥିଲା

ମୂଖ୍ୟ ଅତିଥି ହଳଦୀ ସରପଞ୍ଚ ସୌମିନା ସେଠ, ସମ୍ମାନିତ ଅତିଥି ଫରେଷ୍ଟର ପୁଷ୍ପାଞ୍ଜଳୀ ଯୋଶୀ, ଏ ପି ଓ ବସନ୍ତ କୁମାର ବଳିଆରସିଂ ଯୋଗ ଦେଇ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମିଳିତ ଭାବେ ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ,ଗ୍ରାମ୍ୟ ଉନ୍ନୟନ କମିଟି ଓ ଶ୍ରମିକ ସଂଗଠନରୁ ପ୍ରାୟ ୨୫୦ ଜଣ “ମହିଳା ଓ ପୁରୁଷ ଅଂଶ ଗ୍ରହଣ କରି ଗୋଟିଏ ଦିନରେ 3000 ଫଳଚାରା ରୋପଣକରି ଉଦାହରଣ ସୃଷ୍ଟିକରିଛନ୍ତି l

ଫଳବୃକ୍ଷ ମାଧ୍ୟମରେ ବଢ଼ୁଥିବା ଅସହ୍ୟ ତାପମାତ୍ରାକୁ ନୀୟନ୍ତ୍ରଣକୁ ଆଣିବା ସାଙ୍ଗକୁ ଆଗକୁ ବ୍ୟବସାୟୀକ ଭିତ୍ତିରେ ଫଳ ବିକ୍ରୟକରି ଜୀବିକା ବିକାଶ କରାଇ ପାରିବା ଲକ୍ଷ୍ୟରଖି ଅତି ଆଗ୍ରହର ସହିତ ଗ୍ରାମବାସୀ ସମ୍ମିଳିତଭାବେ ବୃକ୍ଷ ରୋପଣ କରୁଥିବା ଦେଖିବାକୁ ମିଳିଥିଲା l ଅତିଥି ଏପିଓ ଶ୍ରୀ ବଳିୟାରସିଂ ମୁରିବାହାଲ ଜବକାର୍ଡଧାରୀ ଶ୍ରମିକଙ୍କୁ ମନରେଗା ମାଧ୍ଯମରେ ବୃକ୍ଷ ରୋପଣ କାର୍ଯ୍ଯପାଇଁ ମଜୁରୀ ପ୍ରଦାନ କରିବା ଲାଗି ଜଣାଇ ଅଂଶ ଗ୍ରହଣକାରୀଙ୍କୁ ଆହୁରି ଏହି କାର୍ଯ୍ଯ ପାଇଁ ଉତ୍ସାହିତ କରିଥିଲେ l

ଏହି କାର୍ଯ୍ୟକ୍ରମର ପରିଚାଳନାରେ ଜନମୁକ୍ତି ଅନୁଷ୍ଠାନର କର୍ମଚାରୀ ସୁବର୍ଣୀ ବାଗ , ସୁଶିଲ କୁମାର ସାହୁ,ମହେଶ୍ୱର ରଣା ସହଯୋଗ କରିଥିଲାବେଳେ ଗ୍ରାମର ୱାର୍ଡ ମେମ୍ବର ପୁଷ୍ପାଞ୍ଜଳୀ ବଚ୍ଛା, ଗ୍ରାମ ସାଥୀ ରତ୍ନାକର ବାଗ ଓ ସିଆରପି ନମିତା ତାଣ୍ଡି ପ୍ରମୁଖ ସହଯୋଗିତା କରିଥଲେ l ଏସଜିଆଇ ଓ ବାସୁଦେବ ପଣ୍ଡା ଫାଉଣ୍ଡେସନ ମାଗଣାରେ ଫଳବୃକ୍ଷ ଚାରା ସହାୟତା କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...