କାଶୀନଗର, (୧୨/୦୪) : ଆପ୍ର. : ଶୁକ୍ରବାର ଅପରାହ୍ନରେ କାଶୀନଗରର ଜଣାଶୁଣା ସାମ୍ବାଦିକ ରାଜେଶ କୁମାର ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି ।
ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା ଓ ପରିବାର ତାଙ୍କ ନିକଟରେ ଉପସ୍ଥିତ ଥିଲେ । ପରିବାର ସଦସ୍ୟଙ୍କ ସୂତ୍ରରୁ ପ୍ରକାଶ ଯେ କିଛି ଦିନ ତଳେ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଆନ୍ଧ୍ରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଚିକିତ୍ସିତ ହୋଇ ସେଠାରୁ ଫେରିବା ପରେ ସେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଉଥିଲେ । କିନ୍ତୁ ଶୁକ୍ରବାର ଅପରାହ୍ନରେ ହଠାତ ତାଙ୍କର ଦେହାନ୍ତ ହୋଇ ଯାଇଛି । ଦୀର୍ଘ ବର୍ଷ ଧରି ପଟ୍ଟନାୟକ ଏକାଧିକ ଓଡ଼ିଆ ଦୈନିକର ବ୍ଲକ୍ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ କାଶୀନଗର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ତାଙ୍କ ପରିବାରକୁ ସରକାର ଖୁବ୍ ଶୀଘ୍ର ଆର୍ଥିକ ସହାୟତା ଯୋଗାଇ ଦେବା ଉଚିତ ବୋଲି ମତ ପ୍ରକାଶ ପାଇଛି ।