ମୁରିବାହାଲ ତା ୩୧/୦୩ /୨୫-ଆପ୍ର): ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ଯମୁନା ଗାଁ ବୁଲାଣି ରାସ୍ତାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଚାଳକ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ବ୍ୟକ୍ତିକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠେଇଥିଲେ ସାମ୍ବାଦିକ ମାନେ।
ମୁରିବାହାଲ ବ୍ଲକ ତେନ୍ତୁଲିଖୁଣ୍ଟି ଗାଁ ର ଶତୃଘନ ବେହେରା କୌଣସି କାମରେ ମୁରିବାହାଲ ଯାଇ ଘରକୁ ଫେରୁଥିବା ସମୟରେ ଯମୁନା ଗାଁ ବୁଲାଣି ଠାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ଵରେ ପଡି ଯାଇଥିଲେ । ଏତିକି ସମୟରେ ହଳଦୀ ଅଞ୍ଚଳରୁ ଖବର ସଂଗ୍ରହ କରି ଫେରୁଥିବା ବେଳେ କଣ୍ଟାବାଞ୍ଜିର ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଦୀପକଦାସ ଯାଦବ, ରଶ୍ମିରଞ୍ଜନ ପୁଟେଲ,ହୁଲେଶ୍ୱର ହଂସ,ପୁଷ୍ପକେତୁ ବେହେରା ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମୁରିବାହାଲ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ।
ବ୍ଲକ ସ୍ତରୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ “ଅନ୍ତ୍ୟୋଦୟ ଗୃହ ଯୋଜନା” ଶୁଭାରମ୍ଭ
ତେବେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ରକ୍ତସ୍ରାବ ମଧ୍ୟ ହେଉଥିଲା।ଡହ ଡହ ଖରା ଯୋଗୁଁ ରାସ୍ତା ଘାଟ ଶୁନଶାନ ଥିବା ବେଳେ ଦେବଦୂତ ଭଲି ଠିକ ସମୟରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ସାମ୍ବାଦିକ ଙ୍କ ଏଭଳି କାର୍ଯ୍ୟ କୁ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଛି।”