32.9 C
Balāngīr
Tuesday, May 20, 2025

ସାମ୍ବିଧାନିକ ମାନ୍ୟତା ବିନା କୋଶଲି ସମ୍ବଲପୁରୀ ଭାଷା ମରି ମରି ଯାଉଛି, ପଶ୍ଚିମ ଓଡିଶାବାସୀ କ୍ଷୁବ୍ଧ : ମୋଦି ଓ ଶାହାଙ୍କୁ ଚିଠି

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ସୁବର୍ଣ୍ଣପୁର, (୦୫/୦୫) ଆ.ପ୍ର : କୋଶଲି ସମ୍ବଲପୁରୀ ଭାଷା ସଂସ୍କୃତ ଭାଷାଠାରୁ କେବଳ ପ୍ରାଚୀନ ନୁହେଁ ଏହା ପୃଥିବୀର ଶ୍ରେଷ୍ଠ ଲାଳିତ୍ୟପୂର୍ଣ୍ଣ ଓ ବୈଜ୍ଞାନିକ ଭାଷା ମଧ୍ୟରୁ ଅନ୍ୟତମ ବୋଲି ଭାଷାବିଦ୍ ମାନଙ୍କ ମତ ।

ଭାରତୀୟ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଏହା ସ୍ଥାନିତ ହୋଇ ନ ଥିବାରୁ ଆଜି ପର୍ଯ୍ୟନ୍ତ ଏହା ଲିଖିତ ଭାଷାରୂପେ ସ୍ବୀକୃତ ନ ହୋଇ ଏକ କଥିତ ଭାଷା ଭାବେ ବ୍ୟବହୃତ ହେଉଛି ଯଦିଓ ଏହି ଭାଷାରେ ସାହିତ୍ୟର ବିଭିନ୍ନ ବିଭାଗରେ ହଜାର ହଜାର ସଂଖ୍ୟାରେ ପୁସ୍ତକ ରଚନା ହୋଇ ସାରିଲାଣି । କେବଳ ସେତିକି ନୁହେଁ ଏହି ଭାଷାକୁ ସ୍ବତନ୍ତ୍ର ଦାନ ସକାଶେ ଭାରତ ସରକାର ପାଞ୍ଚ ଜଣଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରି ସାରିଲେଣି ।

କେନ୍ଦ୍ର ସାହିତ୍ୟ ଏକାଡେମୀ ଏହି ଭାଷାକୁ ଦାନ ସକାଶେ କେତେଜଣଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରି ପୁରସ୍କାର ଦେଇ ସାରିଲେଣି । ଏହା ଏକ ସ୍ବତନ୍ତ୍ର ଭାଷା ବୋଲି ସନ୍ଦର୍ଭ ଲେଖି କେତେଜଣ ଗବେଷକ ବିଭିନ୍ନ ବିଶ୍ବ ବିଦ୍ୟାଳୟରୁ ପି.ଏଚ୍.ଡି ଡିଗ୍ରୀ ହାସଲ କରି ସାରିଲେଣି । ସାମ୍ବିଧାନିକ ମାନ୍ୟତା ଅଭାବରୁ ୨୦୨୦ ଶିକ୍ଷାନୀତି ମତେ ପଶ୍ଚିମ ଓଡିଶାର ଶିଶୁମାନେ ପ୍ରାଥମିକ ସ୍ତରରେ ସେମାନଙ୍କ ମାର ଭାଷାରେ ଶିକ୍ଷାପ୍ରାପ୍ତିରୁ ବଂଚିତ ହେଉଛନ୍ତି । ଏହା ସ୍ତନ୍ୟପାୟୀ ଶିଶୁକୁ ମାର ଖିରରୁ ବଂଚିତ କରିବା ସଦୃଶ ।

ଏହା ଦ୍ବାରା ପଶ୍ଚିମ ଓଡିଶାର ଛାତ୍ର ଛାତ୍ରୀମାନଙ୍କ ବୌଦ୍ଧିକ ବିକାଶରେ ଘୋର ବାଧା ଉପୁଜୁଛି ବୋଲି ଗବେଷକମାନଙ୍କ ମତ । ସେମାନଙ୍କ ମଧ୍ୟରୁ ମାତ୍ରାଧିକ ମୋଟେ ପାଠ ପଢି ଯାଉନାହାନ୍ତି ବା ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି ବୋଲି ସରକାରୀ ରିପୋର୍ଟରୁ ଜଣାଯାଏ । ଅଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀଙ୍କ ସଂଖ୍ୟା ପଶ୍ଚିମ ଓଡିଶାରେ ସର୍ବାଧିକ ବୋଲି ସରକାରୀ ଆକଳନରୁ ଜଣାପଡିଛି । ଭବିଷ୍ୟତରେ ଏହି କାରଣରୁ ଛାତ୍ର ଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରୁ ନ ଥିବା ଜଣାଯାଇଛି । କେବଳ ସେତିକି ନୁହେଁ ସାମ୍ବିଧାନିକ ପୃଷ୍ଟପୋଷକତା ଅଭାବରୁ କୋଶଲି ସମ୍ବଲପୁରୀ ଭାଷା ଦିନକୁ ଦିନ ମରି ମରି ଯାଉଛି ଫଳରେ ଗୋଟିଏ ଜାତି ଗୋଟିଏ ଅଂଚଳବାସୀ ସେମାନଙ୍କ ପରିଚିତି ହରାଇବାକୁ ଯାଉଛନ୍ତି ବୋଲି ଗବେଷଣାରୁ ଜଣାଯାଏ ।

ପଶ୍ଚିମ ଓଡିଶାର ଭାଷା ସଂସ୍କୃତି ବର୍ତ୍ତମାନ ଘୋର ସଂକଟ ମଧ୍ୟଦେଇ ଗତି କରୁଛି । ଏହା ଓଡିଆ ଭାଷା ସଂସ୍କୃତି ଚାପରେ କ୍ରମଶଃ ଲୋପ ପାଉଥିବାରୁ ପଶ୍ଚିମ ଓଡିଶାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ତାହାକୁ ଶୀଘ୍ର ସାମ୍ବିଧାନିକ ମାନ୍ୟତା ପ୍ରଦାନ କରି ପଶ୍ଚିମ ଓଡିଶା ଅଞ୍ଚଳବାସୀଙ୍କ ଭାଷା ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ସକାଶେ କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସ୍ମାରକ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଏକାଡେମି ର ସାଧାରଣ ସଂପାଦକ ଗୋରେଖନାଥ ସାହୁ ସ୍ମାରକ ପତ୍ରର ନକଲ ସହ ଗଣମାଧ୍ୟମକୁ ଜଣାଇଛନ୍ତି ।

କେତେକ ନୀସ୍ତସ୍ବାର୍ଥ ଓ ଖଳ ପ୍ରକୃତିର ଲୋକ ଏହି ଭାଷାକୁ ସାମ୍ବିଧାନିକ ମାନ୍ୟତା କରାଇ ନ ଦେବା ପାଇଁ ଚକ୍ରାନ୍ତ କରୁଛନ୍ତି ଯାହା ଘୋର ନିନ୍ଦନୀୟ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଅପରପକ୍ଷରେ ରାଜ୍ୟ ସରକାର ପଠାଇ ଥିବା ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଠାରେ ୨୦୧୪ ମସିହାରୁ ବିଚାରାଧୀନ ଅଛି । ଏବେ ଡବଲ ଇଂଜିନ ସରକାର କୋଶଲି ସମ୍ବଲପୁରୀ ଭାଷାର ସାମ୍ବିଧାନିକ ମାନ୍ୟତା ଦେବାରେ ବିଳମ୍ବ କଲେ ସମଗ୍ର ପଶ୍ଚିମ ଓଡିଶାବାସୀଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହେବା ସ୍ବାଭାବିକ୍ । ତେଣୁ ଶୀଘ୍ର ଏହାର ବିଚାର କରିବାକୁ ଏକାଡେମୀ ତରଫରୁ ନିବେଦନ କରାଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...