32.9 C
Balāngīr
Wednesday, April 30, 2025

ସାରସମାଲ ମଣ୍ଡିରୁ ଧାନ ଉଠୁ ନ ଥିବାରୁ ତାର ପ୍ରତିବାଦରେ ଚାଷୀ ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଲା

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର , (୨୮/୧୨) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା ପଞ୍ଚାୟତ ସାରସମାଲ ଗ୍ରାମରେ ମଣ୍ଡି ସମସ୍ୟା କୁ ନେଇ ଚାଲିଥିବା ରାସ୍ତା ଅବରୋଧ ର ଆନ୍ଦୋଳନ ଦ୍ଵିତୀୟ ଦିନରେ ପହଞ୍ଚିଛି

ଗତକାଲି ଉପ ଜିଲ୍ଲାପାଳ ଡ, ସୌମ୍ୟରୂପା ରଥ ପହଞ୍ଚି ଆଲୋଚନା କରିଥିଲେ । କିନ୍ତୁ ଚାଷୀ ମାନେ ତାଙ୍କର ହକ ଦାବୀ ବିନା କଟନି ଛଟନି ରେ ମିଲରର୍ସ ଧାନ ମଣ୍ଡି ନେବାକୁ ଦାବୀ କରିଥିଲେ । ପରେ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଳାପାଲ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ସମାଧାନ ହୋଇପାରି ନ ଥିଲା । ଫଳରେ ଚାଷୀ ରାତ୍ରୀରେ ରାସ୍ତା ଅବରୋଧ କରି ରହିଥିଲା । ଆଜି ଦ୍ୱିତିୟ ଦିନରେ ଦିନ ୧୨ ଟା ରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜିଲିନା ପ୍ରଧାନ ବିଭିନ୍ନ ଅଧିକାରୀ ଙ୍କ ସହ ଆସି ଆନ୍ଦୋଳନକାରୀ ଚାଷୀ ମାନଙ୍କ ସହ ଆଲୋଚନା କରି ବିଫଳ ହୋଇ ଫେରିଯାଇଥିଲେ । ତେବେ ଏହାର ସମାଧାନ ର ପନ୍ଥା କିପରି ଭାବରେ ବାହାରିବ ଏବଂ ଚାଷୀ ଧାନ ବିକ୍ରି କରି ପାରିବ ଓ ଡାଳୁଆ ଚାଷ କିପରି କରିବ ସେ ନେଇ ଚିନ୍ତାରେ ଚାଷୀ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...