ସାଲେପୁର, (୦୮/୦୬): ଆପ୍ର. : କଟକ ଜିଲ୍ଲା ମାହାଙ୍ଗା ଥାନା ଖନ୍ଦୋଳ ଗ୍ରାମରେ ଭଡାରେ ରହୁଥିବା ନର୍ସ ଓ ପୁରୁଷ ବନ୍ଧୁଙ୍କ ସହ ବେକରେ ରସି ଲଗାଇ ଫ୍ୟାନ ହୁକରେ ଝୁଲି ଆତ୍ମହତ୍ୟା ।
ରାଇସୁଙ୍ଗୁଡା ସରକାରୀ ମେଡିକାଲରେ କାର୍ଯ୍ୟରତ ନର୍ସ ହେଉଛନ୍ତି ଚିନ୍ମୟୀ ଭୋଇ । ସୂଚନା ମୁତାବକ ନର୍ସ ଜଣଙ୍କ ନିଜ ଘର ସାଲେପୁର ଥାନା ବାଲିସାହି ମାଛୁଆତିରେ ବୋଲି ଜଣାପଡିଛି । ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଯାହା ସୂଚନା ରହିଛି l ସେହିପରି ପୁରୁଷ ବନ୍ଧୁ ହେଉଛନ୍ତି ଦେବେନ୍ଦ୍ର ମୁଣ୍ଡା l ତାଙ୍କ ଘର ସାଲେପୁର ଅଞ୍ଚଳର ସୌରୀ ବୋଲି ଜଣାପଡିଛି l
ଆଜି ସ୍ଥାନୀୟ ଲୋକମାନେ ପୋଲିସ ଖବର ଦେବା ପରେ ମାହାଙ୍ଗା ପୋଲିସ ସ୍ଥାନୀୟ ତହସିଲଦାରଙ୍କୁ ଖବର ଦେବା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଉପସ୍ଥିତରେ ଘର ଖୋଲା ହୋଇଥିଲା l ଦୁଇ ଜଣଙ୍କ ବେକରେ ରଶି ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା l ନର୍ସ ଜଣକ ୭ ଦିନ ହେବ ଘର ଭଡା ନେଇଥିବା ସୂଚନା ରହିଛି l ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ପହଁଚି ଅଧିକ ତଦନ୍ତ ଚଳାଇଛି l