32.9 C
Balāngīr
Monday, April 28, 2025

ସାହାରା କ୍ଳବ ନକ ଆଉଟ୍‌ କ୍ରିକେଟ ପ୍ରତିଯୋଗିତା : ପ୍ରଭାତ କ୍ଳବ ବିଜୟୀ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ତୁରେକେଲା, (୨୮/୧୨) : କଣ୍ଟାବାଞ୍ଜି ସାହାରା ନକ୍‌ ଆଉଟ କ୍ରିକେଟ ପ୍ରତିଯିଗିତାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି ।

ଦୀର୍ଘ ମାସେ ଧରି ଚାଲି ଥିବା ଏହି ପ୍ରତିଯୋଗିତାରେ ସମୁଦାୟ୧୧ଟି ଦଳ ଭାଗନେଇଥିଲେ । ଫାଇନାଲ୍‌ରେ ସମସ୍ତଙ୍କୁ ପଛରେ ପକାଇ କଣ୍ଟାବାଞ୍ଜିର ପ୍ରଭାତ ଓ ଫ୍ରେଣ୍ଡସ କ୍ଳବ ପ୍ରଥମେ ଟସ୍‌ ଜିତି ୧୦ ବିକେଟ ବିନିମୟ ୧୨୨ ରନ ସଂଗ୍ରହ କରିଥିଲା । ପରେ ପ୍ରଭାତ ଦଳ ୧୬ ଓଭର୍‌ରେ ୫ ବିକେଟ ବିନିମୟରେ ୧୨୫ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲେ । ଖେଳ ପରିଚାଲାନାର ଦାୟିତ୍ୱ ଓ ସିଏ ପେନଲର ଆମ୍ପାୟାର ସ୍ମିଥ ଦଳାଇ ଓ କେସିଏ ପେନଲର ଆମ୍ପାୟାର ମୂହମ୍ମଦ ସେହେବାଜ ଖାନ କରିଥିଲେ । ଉଦ୍‌ଯାପିତ ଫାଇନାଲ୍‌ ମ୍ୟାଚ୍‌ରେ ମୁଖ ଅତିଥି ଭାବରେ ବିଜେଡି ଯୁବ ନେତା ତଥା ପୂର୍ବତନ ସୈନିକ ଗିରିରାଜ ସିଂ ମାଝୀ, ସମ୍ମାନିତ ଅତିଥି ଭାବେ ବିଜେଡି ନେତା ଅମିତ ଜାଙ୍ଗଡା, ଲବ ଅଗ୍ରବାଲ, ସାମ୍ବାଦିକ ତୁଳସୀ ରାମ ଜଗତ, ସାମ୍ବାଦିକ ରୋହନ ମହତ ।

ଟ୍ରଫି ଆୱାର୍ଡ ସର୍ବଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ପ୍ରଭାତ କ୍ଳବର ସଚିନ କଶ୍ୟପ, ସର୍ବଶ୍ରେଷ୍ଠ ବୋଲର ପ୍ରଭାତ କ୍ଳବର ଗୌରବ ରାଉତ, ସର୍ବଶ୍ରେଷ୍ଠ ଅଧିନାୟକ ଆନନ୍ଦ ନଗରର ସମ୍ଭୁ ହାତୀ, ସର୍ବଶ୍ରେଷ୍ଠ କ୍ୟାଚ୍‌ ଆର୍‌, ଏନ.ସି.ସି.ର ସୁଶାନ୍ତ ପୁଟେଲ, ସର୍ବଶ୍ରେଷ୍ଟ ଅନୁସାସନ ଦଳ ଓରିଏଣ୍ଟ ସ୍ପୋର୍ଟିଂ କ୍ଳବ ମ୍ୟାନ୍ ଅଫ ଦ ଫାଇଅନଲ ଓ ମ୍ୟାନ୍ ଅଫ ଦ ତୁର୍ଣ୍ଣ।ମେଣ୍ଟ ପ୍ରଭାତ କ୍ଳବ ଗୌରବ ରାଉତ, ଆୟୋଜକ ସଭାପତି ଶ୍ରୀପତି ସୁନା, ଉପସଭାପତି ନଗେଶ ଦିପ, ସମ୍ପାଦକ ସେହେବାଜ ଖାଁ ନ ବରିଷ୍ଠ ଖେଳାଳି ଯୁଗଳ କିଶୋର ଶବର ଓ ସଦସ୍ୟ ବିଟୁ ସଂଘା, କ୍ଷୀରୋଦ, ବିଜୁ ପୁଟେଲ, ବିକାଶ ପୁଟେଲ, ବିରୁ ମାଝୀ ପ୍ରମୁଖ ନିଜ ନିଜ ଦାୟିତ୍ୱ ତୁଲାଇଥିଲେ । ବିଶେଷ ସହଯୋଗୀ ଭାବରେ ଗୋଲୁ ବେହେରା କାର୍ଯ୍ୟ ସମ୍ପାଦନ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...