32.9 C
Balāngīr
Saturday, July 12, 2025

ସିଂଘିଯୁବା ହାଇସ୍କୁଲର ବାର୍ଷିକ ଉତ୍ସବ ପାଳିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ଆଂଚଳିକ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମହାସମରୋହରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।WhatsApp Image 2025 01 19 at 06.23.55 ସିଂଘିଯୁବା ହାଇସ୍କୁଲର ବାର୍ଷିକ ଉତ୍ସବ ପାଳିତ

ମୁଖ୍ୟଅତିଥି ଭାବରେ ବିନିକା ବ୍ଲକ ଚେୟାରମେନ୍ ଦିପ୍ତୀରେଖା ନନ୍ଦ, ମୁଖ୍ୟବକ୍ତା ଜୁନିୟର ସାଇନଟିଷ୍ଟ ଚାଣ୍ଡାଲ ମିଶ୍ର, ସମାମନୀତ ଅତିଥି ସରପଞ୍ଚ ପଦ୍ମିନୀ ତ୍ରୀପାଠୀ ଯୋଗ ଦେଇଥିଲେ । ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ପ୍ରମୋଦ ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡା.ରବି ଚନ୍ଦ୍ର ପଶାୟତ ସ୍କୁଲର ୨୦୨୪-୨୫ର ବାର୍ଷୀକ ବିବରଣୀ ପାଠ କରିଥିଲେ । ଶିକ୍ଷକ ପ୍ରେମରାଜ ପତି ସ୍ୱାଗତ ଅଭିଭାଷଣ ଦେଇଥିଲେ । କାର୍ଯ୍ୟକ୍ରମକୁ ରେଡକ୍ରସ ସାଧନକର୍ମି ହୃଷିକେଶ ଚାନ୍ଦ ଓ ରାମନାରାୟଣ ଦାଶ ମିଳିତ ଭାବରେ ସଂଯୋଜନା କରିଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ସ୍କୁଲର ପ୍ରତିଷ୍ଠା ଓ ସୁ ପରିଚାଳନାରେ ସେବା ଯୋଗାଇ ଦେଇଥିବା ବ୍ୟକ୍ତିତ୍ୱ ପ୍ରମୋଦ କୁମାର ପଣ୍ଡା , ସ୍କୁଲ ପରିଚାଳନା କମିଟି ର ପୂର୍ବତନ ସଭାପତି ରବି ନାରାୟଣ ମିଶ୍ର ଓ ରବି ପଶାୟତଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଅତିଥି ଗଣ ସମ୍ବର୍ଦ୍ଧିତ କରିଥିଲେ ।

ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା ମ୍ୟାଟ୍ରିକ ପରୀକ୍ଷାର ଟପ୍ପର ହୋଇଥିବା ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରିବାକୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ସ୍କୁଲକୁ ପ୍ରଦାନ କରିଛନ୍ତି। ନରୋତ୍ତମ ମାହାକୁରଙ୍କୁ ଷ୍ଟୁଡେଣ୍ଟ୍ ଅଫ ଦି ୟିଅର ଭାବେ ଓ ମାହାନଦୀ ହାଉସ ଗ୍ରୁପର ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଦେଇ ଅତିଥି ବୃନ୍ଦ ସମ୍ମାନୀତ କରିଥିଲେ । କାର୍ଯ୍ୟକ୍ରମରେ ରାଜାରାମ ପଧାନ, ପଂଚାନନ ପଣ୍ଡା, କୁଂଜ ବିହାରୀ ପଣ୍ଡା, ଶିବ ଶଙ୍କର ଭୁଏ, ଦିନବନ୍ଧୁ ପଧାନ, ଚୈତନ୍ୟ ସାହୁ, କିରଣ କୁମାର ପୁଟେଲ, ମାମିନା ଭୋଇ, ଆଲୁମିନି ପବିତ୍ର ଶର୍ମା, ନିରାକାର କର୍ଣ୍ଣ, ସଦାନନ୍ଦ ପାଢୀ, ବିଜୟ ମିସ୍ତ୍ରୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପଦ୍ମନାଭ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...