32.9 C
Balāngīr
Wednesday, April 30, 2025

ସିଂହନାଥ ପୀଠ ମକର ମେଳାରେ ୨ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ସମ୍ଭାବନା, ଆସନ୍ତା କାଲି ଠାରୁ ଟି-ସେତୁରେ ଯାନବାହନ ଯାତାୟାତ କଟକଣା….

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ବଡମ୍ବା: ମକର ସଂକ୍ରାନ୍ତି ଅବସରରେ ପ୍ରଭୁ ସିଂହନାଥ ପୀଠରେ ମକର ମେଳା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ପୁଲିସ୍ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଟି-ସେତୁ ଉପରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ କଟକଣା କରାଯାଇଛି । ଅନ୍ୟ ରାସ୍ତାରେ ଗାଡ଼ିମୋଟରଗୁଡିକ ଯାତାୟାତ କରିବାକୁ ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟ ତରଫରୁ ନୋଟିସ୍ ଜାରି କରାଯାଇଛି ।

ଦୁଇବର୍ଷ ପୂର୍ବରୁ ମକର ମେଳା ଅବସରରେ ଏଠାରେ ଦଳାଚକଟା ହୋଇ ପ୍ରାଣହାନି ହୋଇଥିଲା । ତେଣୁ ଏହି ଅଘଟଣର ଯେପରି ପୁନାରୁବୃତ୍ତି ନହେବ ସେଥିପାଇଁ ଦୃଷ୍ଟି ଦିଆଯାଇଛି ।

ଜାନୁଆରୀ ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ବଡମ୍ବା ସ୍ଥିତ ପ୍ରଭୁ ସିଂହନାଥ ପୀଠରେ ମକର ମେଳା ଉତ୍ସବର ଭବ୍ୟ ଆୟୋଜନ କରାଯାଉଛି । ଏହି ମେଳାରେ କଟକ ସମେତ ଅନ୍ୟାନ୍ୟ ଜିଲ୍ଲାରୁ ଦୁଇ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସିଂହନାଥ ପୀଠକୁ ସଂଯୋଗ କରୁଥିବା ବୈଦେଶ୍ୱର-ବଡ଼ମ୍ୱା ଟି-ସେତୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପୁଲିସ୍ ଏସ୍ପି ପ୍ରତୀକ ସିଂ ନିର୍ଦ୍ଦେଶ ଦେଇଛନ୍ତି । ମକର ଯାତ୍ରାକୁ ଦୃଷ୍ଟିରେ ରଖି ଉକ୍ତ ସେତୁ ଉପରେ ଯାନବାହନ ଯାତାୟାତ ନିମନ୍ତେ କଟକଣା ଜାରି କରାଯିବା ସହ ନୟାଗଡ଼ ପଟୁ ବଡ଼ମ୍ୱା ଆସୁଥିବା ସମସ୍ତ ଯାନବାହନଗୁଡିକୁ ସିଦ୍ଧମୂଳ ସେତୁ ଦେଇ ବଡମ୍ୱା ଅଭିମୁଖେ ଗତି କରିବ । ସେହିଭଳି ବଡମ୍ୱା ପଟୁ ଭୁବନେଶ୍ୱର ଓ ଖୋର୍ଦ୍ଧା ଯାଉଥିବା ଯାନବାହନଗୁଡିକ ଜାତମୁଣ୍ଡିଆ ସେତୁ ଦେଇ ଗତି କରିବ ।

ସୂଚନାଯୋଗ୍ୟ, ଟି-ସେତୁ ହେବା ପରଠାରୁ ମକର ମେଳାରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିଚାଲିଛି । ଗତବର୍ଷ ପ୍ରାୟ ଦୁଇ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସିଥିଲେ । ତା’ପୂର୍ବବର୍ଷ ୨୦୨୩ ମସିହାରେ ମକର ମେଳା ଅବସରରେ ଏଠାରେ ପ୍ରବଳ ଜନସମାଗମ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା । ଦଳଚକଟା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...