32.9 C
Balāngīr
Sunday, July 20, 2025

ସିଗାରେଟ୍‌ ଓ ତମାଖୁ ବିକ୍ରି ଉପରେ ଲାଗିଲା ବ୍ୟାନ୍‌

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୦୬) : ଆଉ ବିକ୍ରି ହେବନି ସିଗାରେଟ୍‌ ଓ ତାମଖୁ । ଏ ସବୁ ବିକ୍ରି ଉପରେ ଲାଗିଲା ବ୍ୟାନ୍‌। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ବୈଷ୍ଣ ଦେବୀଙ୍କ ଦର୍ଶନ ପାଇଁ ଜମ୍ମୁ ଆସନ୍ତି ।

ସିଗାରେଟ୍‌ ଓ ତମାଖୁ ବିକ୍ରି ଉପରେ ଲାଗିଲା ବ୍ୟାନ୍‌ । ଏଭଳି ପରିସ୍ଥିତିରେ ସମଗ୍ର ମାର୍ଗରେ ମଦ୍ୟପାନ, ମାଂସ ଏବଂ ତମାଖୁ ଉତ୍ପାଦ ଉପରେ ନିଷେଧାଦେଶ ଜାରି ରହିଛି । ଏହା ସତ୍ତ୍ୱେ ବି ଲୋକମାନେ ଏହାକୁ ମାନୁ ନାହାନ୍ତି । ଖୋଲାଖୋଲି ଭାବେ ସିଗାରେଟ୍ ଏବଂ ତମାଖୁ ସେବନ କରୁଛନ୍ତି । ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ଯାତ୍ରା ମାର୍ଗରେ ଏହି ନିଶା ପଦାର୍ଥ ବ୍ୟବହାର ଉପରେ ବ୍ୟାନ୍‌ ଲଗାଇଛନ୍ତି । ଜିଲ୍ଲା ମାଜିଷ୍ଟ୍ରେଟ୍‌ ବିଶେଷ ମହାଜନ କହିଛନ୍ତି, ‘ଲୋକେ ବେଶ୍‌ ଶ୍ରଦ୍ଧାର ସହ ମାତା ବୈଷ୍ଣ ଦେବୀଙ୍କ ଦର୍ଶନ କରିବାକୁ ଆସନ୍ତି । ଏହାକୁ ଦୃଷ୍ଟିରେ ରଖି ପୂରା ସମଗ୍ର ମାର୍ଗରେ ମଦ ଓ ମାଂସ ନିଷେଧ କରାଯାଇଛି । କିନ୍ତୁ ନିଷେଧାଦେଶ ସତ୍ତ୍ୱେ ଲୋକମାନେ ସିଗାରେଟ ଏବଂ ତମାଖୁ ସେବନ କରୁଥିବା ଦେଖିବାକୁ ମିଳିଛି ।

ତେଣୁ, ନୋମାଇ ଚେକ୍ ପୋଷ୍ଟ, କଟ୍ରାର ପାନ୍ଥାଲ୍ ଚେକ୍ ପୋଷ୍ଟ, ତାରକୋଟ୍ ମାର୍ଗର ଆରମ୍ଭରୁ ମାତା ବୈଷ୍ଣୋ ଦେବୀ ଭବନ ପର୍ଯ୍ୟନ୍ତ ଯେକୌଣସି ପ୍ରକାରର ତମାଖୁ ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସେପଟେ ନିକଟରେ ଖବର ଆସିଥିଲା ଯେ, ମାତାଙ୍କ ଦରବାରରେ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ଭାବରେ ଗଛ-ଲତା ଦିଆଯିବ । ଏଥିପାଇଁ ଶ୍ରୀ ମାତା ବୈଷ୍ଣୋ ଦେବୀ ଜୀ ଶ୍ରୀମନ୍ଦିର ବୋର୍ଡ ପ୍ରଶାସନ ଉତ୍ତର ଭାରତର ହାଇଟେକ୍‌ ନର୍ସରୀ ତିଆରି କିରିଛି । ବୋର୍ଡ ପ୍ରଶାସନ ମୁଖ୍ୟତଃ ଜମ୍ମୁ କଶ୍ମୀରରେ ମିଳୁଥିବା ଗଛ ଓ ଉଦ୍ଭିଦକୁ ଭକ୍ତମାନଙ୍କୁ ପ୍ରସାଦ ଭାବରେ ଦେବ ବୋଲି ସୂଚନା ମିଳିଛି ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...