32.9 C
Balāngīr
Thursday, June 12, 2025

ସିଦ୍ଧି ବିନାୟକ ଓ ହନୁମାନ ଦୀକ୍ଷା ପୀଠ ନିର୍ମାଣ କରିବା ପାଇଁ ଭୂମି ପୂଜନ ଅନୁଷ୍ଠିତ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୫/୦୪) : ରାୟଗଡା ବ୍ରାହ୍ମଣ ସାହି ସ୍ଥିତ ରାବଣ ପୋଡ଼ି ପଡ଼ିଆ ଠାରେ ନିଜ ପୈତୃକ ଜାଗାରେ ସିଦ୍ଧି ବିନାୟକ ଓ ହନୁମାନ ଦୀକ୍ଷା ପୀଠ ନିର୍ମାଣ କରିବା ପାଇଁ ଭୂମି ପୂଜନ ଅନୁଷ୍ଠିତWhatsApp Image 2024 04 25 at 22.18.52 ସିଦ୍ଧି ବିନାୟକ ଓ ହନୁମାନ ଦୀକ୍ଷା ପୀଠ ନିର୍ମାଣ କରିବା ପାଇଁ ଭୂମି ପୂଜନ ଅନୁଷ୍ଠିତ

ଦୀର୍ଘ ବର୍ଷ ପୂର୍ବେ ସ୍ବର୍ଗତ ହରେକୃଷ୍ଣ ପଣ୍ଡାଙ୍କ ଇଛା ଥିଲା ନିଜ ବ୍ୟକ୍ତିଗତ ଖର୍ଚ୍ଚରେ ନିଜର ଖାଲି ପଡ଼ିଥିବା ଜାଗାରେ ସିଦ୍ଧି ବିନାୟକ ମନ୍ଦିର ନିର୍ମାଣ କରିବା ପାଇଁ । କିନ୍ତୁ, ବ୍ୟସ୍ତତା ଭିତରେ ଓ ଶାରୀରିକ ଅସୁସ୍ଥତା କାରଣରୁ ସେ ଆଉ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ପାରି ନ ଥିଲେ । କିନ୍ତୁ, ଆଗାମୀ ଦିନରେ ସିଦ୍ଧି ବିନାୟକ ମନ୍ଦିର ଏକ ନିର୍ମାଣ କରିବ ବୋଲି ନିଜ ଚାରି ପୂତ୍ର ଙ୍କୁ ଅବଗତ କରାଇବା ସହ ସେମାନଙ୍କ ଠାରୁ ପ୍ରତିଶ୍ରୁତି ମଧ୍ଯ ନେଇଥିଲେ । କାଳ କ୍ରମେ ସ୍ବର୍ଗତ ହରେକୃଷ୍ଣ ପଣ୍ଡାଙ୍କ ଦେହାନ୍ତ ହେବା ପରେ ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ବାପାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସ୍ବର୍ଗତ ପଣ୍ଡାଙ୍କ ଚାରି ପୁତ୍ର ଚଳିତ ମାସ ୨୩ତାରିଖ ଦିନ ସକାଳ ୯ଘଣ୍ଟିକା ସମୟରେ ଓଡ଼ିଆ ପାଞ୍ଜି ମୁତାବକ ନିର୍ଦ୍ଧିଷ୍ଟ ସମୟରେ ଭୂମି ପୂଜନ କରିବା ସହ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ସ୍ବର୍ଗତ ପଣ୍ଡାଙ୍କ ପରିବାର ଏହିଭଳି ମହାନ୍ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ଭୂରି ଭୂରି ପ୍ରଶଂସା କରିଛନ୍ତି ଏଵଂ ମନ୍ଦିର ନିର୍ମାଣ କାର୍ଯ୍ୟ ଅତି ଶିଘ୍ର ସଂପୂର୍ଣ୍ଣ ହେଉ ବୋଲି ଲୋକେ ଶୁଭ ମନାସିଛନ୍ତି । ସୂଚନା ଯୋଗ୍ୟ ବ୍ରାହ୍ମଣ ସାହିକୁ ରାୟଗଡ଼ ଜିଲ୍ଳାର ମନ୍ଦିର ମାଳିନ୍ୟ ସାହି ବୋଲି ମଧ୍ଯ କୁହାଯାଏ । ଏହି ସାହିରେ ବାଲୁଙ୍କେଶ୍ୱର ମନ୍ଦିର, ଶ୍ରୀ ହନୁମାନ ମନ୍ଦିର, ଗିରି ଗୋବର୍ଦ୍ଧନ ମନ୍ଦିର, କାଳୀ ମନ୍ଦିର, ତ୍ରିନାଥ ମନ୍ଦିର, ମା ସାତ ଭଉଣୀ ମନ୍ଦିର, ୫୦/୬୦ବର୍ଷ ଧରି ପୁଜା ହୋଇ ଆସୁଥିବା ଦୁର୍ଗା ପୂଜା ମଣ୍ଡପ, ଶ୍ରୀ ରାଧାକାନ୍ତ ମନ୍ଦିର, ଶ୍ରୀ କଦଣ୍ଡା ରାମ ମନ୍ଦିର, ଶ୍ରୀ ମାଲିକାର୍ଜୁନ ଶିବ ମନ୍ଦିର ପ୍ରମୁଖ ରହିଛି । ରାୟଗଡା ସହରର ଜନ୍ମ ବ୍ରାହ୍ମଣ ସାହି ରୁ ହିଁ ଆରମ୍ଭ ହୋଇଛି ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି । ଶ୍ରୀ ସିଦ୍ଧି ବିନାୟକ ମନ୍ଦିର ନିର୍ମାଣ ହେବା ଦ୍ବାରା ଉକ୍ତ ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହ ଶ୍ରୀ ଗଣେଶଙ୍କ ମନ୍ଦିର ନ ଥିଲା, ବର୍ତ୍ତମାନ୍ ତାହା ମଧ୍ଯ ସଂପୂର୍ଣ୍ଣ ଭାବେ ତିଆରି ହେବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଉକ୍ତ କାର୍ଯ୍ୟକ୍ରମରେ ସ୍ୱର୍ଗଡ ହରେକୃଷ୍ଣ ପଣ୍ଡାଙ୍କ ଚାରି ପୁତ୍ର ଶ୍ରୀ ଗଣେଶ୍ୱର ପଣ୍ଡା, ଶ୍ରୀ ଗୌରୀ ଶଙ୍କର ପଣ୍ଡା, ଶ୍ରୀ ରାମ କୃଷ୍ଣ ପଣ୍ଡା ଓ ଶ୍ରୀ ରବୀନ୍ଦ୍ର ପଣ୍ଡାଙ୍କ ସମେତ କିନ୍ କିନା ୱାକାର୍ସ କ୍ଲବ ସଂପାଦକ ଶ୍ରୀ ଲୁଲୁ ପଣ୍ଡା, ରାଧାକାନ୍ତ ମନ୍ଦିର ମୁଖ୍ୟ ପୂଜକ ଗୋପିନାଥ ପାଳ, ବଜରଙ୍ଗି ଦୀକ୍ଷା ଗୁରୁସ୍ୱାମି କାଳୀ ଚରଣ ରଥ, ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାନ ସଭା ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲାକା, କକୋ ପାଢ଼ୀ, କୃଷ୍ଣ ବିଜ୍ଞାନ ଏକାଦଶୀ ଗ୍ରୁପରେ ଥିବା ସମସ୍ତ ମହିଳା ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...