32.9 C
Balāngīr
Monday, April 28, 2025

ସିନ୍ଦୁରପୁର ଠାରେ ଜିଲ୍ଲାପାଳଙ୍କ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

Must read

ସୁବର୍ଣ୍ଣପୁର, (୨୦/୦୩) : ଆ.ପ୍ର. : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ସିନ୍ଦୁରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଜନ ସମ୍ପର୍କ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି lWhatsApp Image 2025 03 20 at 22.13.01 1 ସିନ୍ଦୁରପୁର ଠାରେ ଜିଲ୍ଲାପାଳଙ୍କ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ଶିବିରକୁ ଜିଲ୍ଲାପାଲ ଅନ୍ୟା ଦାସ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ସିନିବ ସହ ପାନୀୟ ଜଳ ସମସ୍ୟା, ଜୀବନ ଜୀବିକା ତଥା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ପଚାରି ବୁଝିଥିଲେ l ଏଥିସହିତ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ l ଏହି ଅବସରରେ ଏହି ଅବସରରେ ଗୋପାଳନ ୧୦ଜଣ ହିତାଧିକାରୀଙ୍କୁ ୫୦ହଜାର ଲେଖାଏଁ ଚେକ ସହ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ l ଶିବିରରେ ଅନ୍ୟମାନଙ୍କ ଏପିଡି ପଲ୍ଲବୀ ରାଜ, ବିଡ଼ିଓ ମଣ୍ଟୁ ଖମାରିଙ୍କ ସମେତ ଜିଲ୍ଲା ତଥା ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇ ଥିଲେ l ଓଏଲଏମ ରଞ୍ଜନ ସ୍ୱାଇଁ ଶିବିରକୁ ପରିଚାଳନା କରିଥିଲେ l ଶେଷରେ ବିଡ଼ିଓ ମଣ୍ଟୁ ଖମାରି ଧନ୍ୟବାଦ ଦେଇଥିଲେ l

ଏହି ଅବସରରେ ଓଡିଶା ଜୀବିକା ମିଶନ ଗୋପାଳନ କ୍ଲଷ୍ଟର କୁ ବୁଲି ଦେଖି ବା ସହ ହିତାଧିକାରୀ ଙ୍କୁ ସୁବିଧା ଅସୁବିଧା ପଚାରି ବୁଝି ଥିଲେ l ସେହିପରି ବିଶାଳପାଲି ସ୍ଥିତ ଜଳ ଯୋଗାଣ ପରିଦର୍ଶନ କରିବା ସହ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ପ୍ରକଳ୍ପକୁ ନିର୍ଧାରିତ ସମୟ ମଧ୍ୟରେ କାର୍ଯକ୍ଷମ କରିବା ସହ ଜଳ ଯୋଗାଣ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l ସିନ୍ଦୂରପୁର ଗୋପାଳଜୀ ହାଇସ୍କୁଲକୁ ଜିଲ୍ଲାପାଲ ପରିଦର୍ଶନ କରି ବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ l ପରେ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଉଚ୍ଚ ପଦସ୍ତ ଅଧକାରୀ ଉପସ୍ତିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...