32.9 C
Balāngīr
Thursday, June 12, 2025

ସିନ୍ଧି ଚୋର ଠୁ ନେଇ ସାଇବର କ୍ରାଇମ

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୨/୧୦) : ସିନ୍ଧି ଚୋର ଠୁ ନେଇ ସାଇବର କ୍ରାଇମ | ମାଟିକାନ୍ଥକୁ କଣା କରି ଚୋର ଘର ଭିତରକୁ ପଶୁଥିଲା ଓ ବାସନକୁସନ ସମେତ ଘରେ ଯାହା ପାଇଲା ତାକୁ ନେଇଯାଉଥିଲା । ଭଲ କଂସା ବାସନ ଦୁଇଖଣ୍ଡ କାହା ଘରେ ଥିଲେ ମଧ୍ୟ ସିନ୍ଧି ଖୋଳି ନେଇଯାଉଥିଲେ ।

ସିନ୍ଧି ଚୋର ଠୁ ନେଇ ସାଇବର କ୍ରାଇମ | ଏମିତି ବି ହେଇଛି, ଝିଅ ବାହାଘର ପାଇଁ ସବୁ ଜିନିଷ କିଣା ସରିଥିବ, ବାହାଘର ପୂର୍ବଦିନ କଳାକନା ବୁଲେଇ ଦେଇଥିବେ । ଲୋକ ତ ଚୋରମାନଙ୍କୁ ଜାଣି ବି ଯାଉଥିଲେ । ଅମୁକ ଗାଁରେ ସିନ୍ଧିଚୋର ଅଛନ୍ତି ବୋଲି କହିଦେଉଥିଲେ । ଅଶୀ ଦଶକ ପର୍ୟ୍ୟନ୍ତ ସିନ୍ଧିଚୋର ଦୃଷ୍ଟିଗୋଚର ହେଉଥିଲେ । ନବେ ଦଶକର ପ୍ରଥମ ଭାଗରେ କାଁ ଭାଁ ଦେଖାଦେଇଥିଲେ ହେଁ ପ୍ରାଦୁର୍ଭାବ କମିଗଲା ଓ ସେଇ କୁତ୍ସିତ ବୃତ୍ତି ଲୋପ ପାଇଗଲା ।

ଚୋରିବୃତ୍ତି ଆପଣେଇବାର ମୁଖ୍ୟ କାରଣ ଥିଲା ଦାରିଦ୍ର୍ୟ । ଲୋକ ଭଲ ଭାବରେ ଖାଇବାକୁ ପାଉ ନଥିଲେ । କାମଧନ୍ଦା ମଧ୍ୟ ମିଳୁନଥିଲା । “ବୁଭୁକ୍ଷୁ କିଂ ନ କରୋତି ପାପଂ ” ନ୍ୟାୟରେ କିଛି ଲୋକ ବାଧ୍ୟ ହେଉଥିଲେ ଏଭଳି ଘୃଣ୍ୟ କାର୍ୟ୍ୟ କରିବା ପାଇଁ । ସେତିକି ବେଳେ କ୍ଷେତରୁ ପାଚିଲା ଧାନ, ବିଭିନ୍ନ ପ୍ରକାରର ଶସ୍ୟ ମଧ୍ୟ ଚୋରି ହେଉଥିଲା । ଧାନଖଳାରୁ ଧାନ ଚୋରି ହେଉଥିଲା । ଲୋକଙ୍କ ଘରୁ ରନ୍ଧାଭାତ ମଧ୍ୟ ଚୋରି ହେଉଥିଲା ।

ଆଜିକାଲି ଏକଥା କହିଲେ ସମସ୍ତେ ଆଶ୍ଚର୍ୟ୍ୟ ହେବେ । ସେ ସମୟରେ ଚୋରମାନେ ଧରାପଡ଼ୁଥିଲେ, ଗାଆଁ ଲୋକଙ୍କ ଦ୍ବାରା ବହେ ସେକା ଖାଉଥିଲେ, ପୋଲିସ ବାନ୍ଧି ନେଉଥିଲା, ଜିଅଲ ହେଉଥିଲା । ପୁଣି ଜିଅଲରୁ ମୁକୁଳିଲା ପରେ ସେଇ କାମ କରୁଥିଲେ । ଏହାର ମୁଖ୍ୟ କାରଣ ଥିଲା ଭୋକ । ପୋଲିସ୍, କୋର୍ଟକଚେରୀ, ନିୟମକାନୁନ, ଜିଅଲ ଜୋରିମାନା କିଛି ବି ଏଇ ପ୍ରଥାକୁ ବନ୍ଦ କରିପାରୁ ନ ଥିଲେ ।

ସରକାରୀ ସ୍ତରରେ ଯେତେବେଳେ ଲୋକମାନଙ୍କ ରୋଜଗାର ନିମନ୍ତେ ବିଭିନ୍ନ କାର୍ୟ୍ୟକ୍ରମ ସବୁ ପ୍ରଚଳନ କରାହେଲା । ଲୋକଙ୍କୁ ସରକାରୀ ସହାୟତା ମିଳିଲା । କଳକାରଖାନା ସବୁ ଗଢିଉଠିଲା । ସେଠାରେ ମଧ୍ୟ କାମ ସବୁ ମିଳିଲା । ବେସରକାରୀ ସ୍ତରରେ ମଧ୍ୟ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନେକ ପଦକ୍ଷେପ ନିଆଗଲା । ଲୋକମାନେ ଆଉ ଭୋକରେ ରହିଲେ ନାହିଁ। ଏ ଭଳି ଘୃଣ୍ୟ କାମ କରିବାଠୁ ଆପେ ଆପେ ସେମାନେ ଦୂରେଇ ଗଲେ ।

ଏବେ ଆସିବା ମୂଳ ପ୍ରସଙ୍ଗକୁ । ପ୍ରତିଦିନ ସାଇବର ଠକମାନେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିନେଉଥିବା ଆପଣମାନେ ଶୁଣୁଥିବେ, ପଢ଼ୁଥିବେ କିମ୍ବା ନିଜେ ମଧ୍ୟ ଏହାର ଶିକାର ହେଇ ସାରିବେଣି । ଆମେ କାରଣ ଖୋଜିବା ପୂର୍ବରୁ ଜାଣିବା ଏଇ ସାଇବର ଚୋରମାନେ କିଏ ?

ଏମାନେ ସିନ୍ଧିଚୋର ଭଳି ଭୋକରେ ଆଉଟୁପାଉଟୁ ହେଉଥିବା ଲୋକ ନୁହଁନ୍ତି । ଏମାନେ ମଳିମୁଣ୍ଡିଆ ଲୋକ ନୁହନ୍ତି । ଏମାନେ ପାଠୁଆ । ଟଙ୍କା ଦେଇ ଯେତେ ବୈଷୟିକ/ଅଣବୈଷୟିକ ପାଠର ଯୋଗ୍ୟତା ଅର୍ଜନ କରାଯାଇପାରେ, ସେମାନେ ତାହାର ଅଧିକାରୀ । ସେମାନେ ସମ୍ଭ୍ରାନ୍ତ ଘରର ମଧ୍ୟ । ସେମାନଙ୍କ ଆଶାଥିଲା ଏଇ ଯୋଗ୍ୟତା ହାସଲ ପରେ ଭଲ ଅର୍ଥ ଉପାର୍ଜନ କରିବେ, ରୋଜଗାରକ୍ଷମ ହେବେ, ଅଏସ୍ ଜୀବନଯାପନ କରିବେ । କିନ୍ତୁ ରୋଜଗାର କାହିଁ ? ଅନ୍ୟ ଉପାୟ ନ ପାଇ ସେଇ ‘ସିନ୍ଧିଚୋର’ ଭଳି ଏଇ କୁତ୍ସିତ ବୃତ୍ତିକୁ ଆପଣେଇ ନେଉଛନ୍ତି ।

ଆମେ ଯଦି ତା’ର କାରଣ ଖୋଜି ନିରାକରଣ ବ୍ୟବସ୍ଥା କରିବା ନାହିଁ, ତେବେ ଏ ଭଳି ସାଇବର ଠକାମି ହେଉଥିବ । ସାଇବର ଚୋର ସଂଖ୍ୟା ବୃଦ୍ଧି ପାଉଥିବ । ସୀମିତ ବୈଷୟିକ ଜ୍ଞାନଯୁକ୍ତ ଆମ ପୋଲିସ୍ ଏମାନଙ୍କୁ ଧରିବାରେ ସକ୍ଷମ ହେଉନଥିବ । ଧରାପଡ଼ିଲେ ମଧ୍ୟ ତାଙ୍କ ଅଭାବ ପୂରଣ ନହେବା ଯାଏ, ତାଙ୍କ ପୂର୍ବ ବୃତ୍ତିକୁ ଯେ ନ ଫେରିବେ କିଏ ତା’ର ଗ୍ୟାରେଣ୍ଟି ଦେଇ ପାରିବ ନାହିଁ ।

ଇଣ୍ଟରନେଟ ମାଧ୍ୟମରେ ଅପରାଧ କରିବା ଖୁବ୍ ସହଜ ହେଇଗଲାଣି । ଯେଉଁମାନେ ଅପରାଧୀ ତାଙ୍କର ଅଗାଧ ଜ୍ଞାନ ଏହି ବିଷୟରେ । ଏଣୁ ଅପରାଧୀକୁ ଧରିବା କଷ୍ଟକର ବ୍ୟାପାର ହେଇପଡ଼ୁଛି । ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଯାଉଥିବା ଟଙ୍କା କେତେ ଜଣ ଫେରି ପାଇଛନ୍ତି ଓ କେତେଜଣ ସାଇବର ଚୋର ଧରାପଡ଼ି ଜେଲ ଯାଇଛନ୍ତି ? କାରଣ ଏଇ ସାଇବର ଠକ ବା ଚୋରମାନଙ୍କ ବୈଷୟିକ ଜ୍ଞାନ ଆମ କର୍ମଚାରୀଙ୍କଠାରୁ ଖୁବ୍ ଅଧିକ ।

ବୈଷୟିକ ଶିକ୍ଷାଲାଭ କରିଥିବା ଯୁବକମାନଙ୍କୁ ରୋଜଗାର ମିଳିଲେ, ସିନ୍ଧିଚୋରି ଭଳି ସାଇବର ଚୋରି ମଧ୍ୟ ବିଲୁପ୍ତ ହେଇଯିବ, ମୋର ଦୃଢ ବିଶ୍ବାସ । ଆଉ କିଛି ତ ରହିବେ, ଯେଉଁମାନଙ୍କ କପାଳରେ ଚୋର ହେବା କଥା ବା ଅପରାଧୀ ହେବା କଥା ଲେଖିଦିଆ ହେଇଛି; ସେଇମାନଙ୍କୁ ଆଇନକାନୁନ, କୋର୍ଟକଚେରୀ, ପୋଲିସ୍ ଓ ଜେଲଖାନା ମାଧ୍ୟମରେ ସାବାଡ଼ କରିବାକୁ ହେବ। କିନ୍ତୁ ଏହି ସଂଖ୍ୟା ନିଶ୍ଚୟ ଖୁବ୍ କମ୍ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...