ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୫/୦୨) : ସିଲଭର ସିଟି କଟକରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମହିଳାଙ୍କ ଗଳାକାଟି ହତ୍ୟା କରାଯାଇଛି । କଟକ ପୋତାପୋଖରୀ ଗାନ୍ଧିପଲ୍ଲୀ ଅଞ୍ଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ ।
ଘର ଭିତରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ପୁଲିସ୍। ତେବେ ମୃତ ମହିଳା ଜଣକ ହେଉଛନ୍ତି ପ୍ରିୟତମା ଦଲେଇ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀ ସନ୍ତୋଷ ସିହ୍ନା ନାମକ ବ୍ୟକ୍ତି ପ୍ରିୟତମାଙ୍କୁ ପନିକିରେ ଆକ୍ରମଣ କରି ହତ୍ୟା କରିଛି । ହତ୍ୟା ପରେ ସେ ଫେରାର ହୋଇଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କରି ପୋଲିସ ପଚରାଉଚରା କରୁଛି ।