32.9 C
Balāngīr
Tuesday, May 20, 2025

ସୀମା ଟପିଲା ନିର୍ଯାତନା, ଯୌତୁକ ଦାବିରେ ସ୍ବାମୀ ମାଡରେ ସ୍ତ୍ରୀ ଓ ଶାଶୁ ଗୁରୁତର

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

କାମାକ୍ଷାନଗର, (୦୫/୦୫) : ଆପ୍ର. : ପ୍ରେମ ବିବାହର କରୁଣ ପରିଣତି । ଯୌତୁକ ଦାବିରେ ସ୍ତ୍ରୀକୁ ବାରମ୍ବାର ମାଡମାରି ଲହୁ ଲୁହାଣ କରିବା ପରେ ମରଣ ସହିତ ଲଢେଇ କରୁଛନ୍ତି ଉଭୟ ସ୍ତ୍ରୀଓ ଶାଶୁ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ । ସୂଚନା ଅନୁଯାୟୀ ସରିତା ନାୟକ ଗତ ୭ବର୍ଷ ପୂର୍ବେ ସେହି ଗାଁ’ର ଗିରିଶଚନ୍ଦ୍ର ନାୟକଙ୍କୁ ଭଲପାଇ ବିବାହ କରିଥିଲେ । କିଛିଦିନ ପାରିବାରିକ ସଂପର୍କ ଭଲରେ ଚାଲିଥିଲା । ଏବେ ଗିରିଶଚନ୍ଦ୍ର୍ର ନାୟକ ଅଧିକ ଯୌତୁକ ଆଣିବା ଦାବିରେ ସ୍ତ୍ରୀକୁ ବାରମ୍ବାର ମାଡମାରିବା ସହ ମରଣାତ୍ମକ ଆକ୍ରମଣ କରିବା ଜଣାପଡିଛି । ଯାହାକୁ ନେଇ ସରିତା ନିଜ ୪ବର୍ଷର ପୁଅକୁ ନେଇ ବାପଘରକୁ ପଳାଇ ଆସି ରହୁଥିଲେ ।

ଏହାପରେ ଆଜି ସକାଳେ ସ୍ବାମୀ ଗିରିଶଚନ୍ଦ୍ର ନାୟକ ଆସି ସରିତାଙ୍କୁ ଯୋର ଜବରଦସ୍ତି ଘରକୁ ଯିବାକୁ ବାଧ୍ୟ କରିଥିଲେ । ସେ ଯିବାକୁ ଅରାଜି ହେବାରୁ ତାଙ୍କୁ ମାଡମାରିବା ସହ ତାଙ୍କ ପେଟ ଉପରେ ଛିଡା ହୋଇ ପଡିଥିଲେ । ଏହାଦେଖି ସରିତାଙ୍କ ମାଆ ତାଙ୍କୁ ଉଦ୍ଧାର କରିବାକୁ ଯିବାବେଳେ ଗିରିଶ ତାଙ୍କୁ ମଧ୍ୟ ମାଡମାରିଥିଲେ । ଫଳରେ ଉଭୟ ମାଆ ଓ ଝିଅ ଏବେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି ।

 

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...