32.9 C
Balāngīr
Wednesday, April 23, 2025

ସୁନାଥର ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ଚତୃବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Must read

ରିପୋର୍ଟ : ଶୁଭଙ୍କର ଦାଶ
ପୁରୁଷୋତ୍ତମପୁର, (୧୫/୦୨) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗ୍ରାମରେ ଥିବା ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିର ର ଚତୃବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠାନର ସଭାପତି ପ୍ରମୋଦ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି WhatsApp Image 2025 02 14 at 17.58.10 ସୁନାଥର ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ଚତୃବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ପିଙ୍କି ବେହେରା ଉଦଘାଟନ କରିଥିଲା ବେଳେ, ସମ୍ମାନିତ ଅତିଥି ଭାବେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସ୍ଥାନୀୟ ସରପଞ୍ଚ ଅନିଲ କୁମାର ନାହାକ, ସମିତି ସଭ୍ୟା ନମିତା ବସନ୍ତିଆ, ଭାଟ କୁମରଡ଼ା ସମିତି ସଭ୍ୟ କୋରାନାଥ ସ୍ବାଇଁ, ଶିକ୍ଷାବିତ ଲକ୍ଷ୍ମୀ ଚରଣ ଶତପଥୀ, ସିଆରସିସି ଲକ୍ଷ୍ମୀ ନାରାୟଣ ପାତ୍ର, ୩୭ ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ବେହେରା, ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ, ଶିକୁଳା ସମିତି ସଭ୍ୟ କୁମୁଦ ବେହେରା, ସମାଜ ସେବୀ ତଥା ପୂର୍ବତନ ଜୀବନ ବିନ୍ଦୁ ସହ ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ସମାଜ ସେବୀ ଜଗତବନ୍ଧୁ ପଣ୍ଡା, ପୂର୍ବତନ ପୁରୁଷୋତ୍ତମପୁର ବ୍ଲକ ସଭାପତି ଚିତ୍ତ ରଞ୍ଜନ ପାଣିଗ୍ରାହୀ, ହାଣ୍ଡିଘର ସରପଞ୍ଚ ପ୍ରତିନିଧି ବସନ୍ତ ମହାପାତ୍ର, ମୁଖ୍ୟ ବକ୍ତା ସିମାଞ୍ଚଳ ରଥ, ପ୍ରଧାନ ଆଚାର୍ଯ୍ୟ ପିତାମ୍ବର ମହାଙ୍କୁଡ, ମଞ୍ଚାସିନ ଥିଲେ ।

ଏହା ସହ ଅନେକ ସରପଞ୍ଚ, ସମିତି ସଭ୍ୟ, ବହୁଶିକ୍ଷାବିତ, ବୁଦ୍ଧିଜୀବୀ ମଧ୍ୟ ଉପସ୍ଥିତ ଥିଲେ । ବୈଠକ ଆରମ୍ଭ ରେ ଅତିଥି ମାନେ ଛାତ୍ର, ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ସେମାନେ ଯେପରି ପିତା, ମାତା ଓ ଦେଶ ମାତୃକାର ନାମ ରଖି ପାରିବେ ତାହା ଉପରେ ଉପଦେଶ ଦେଇଥିଲେ । ସିମାଞ୍ଚଳ ରଥ ପିତା ମାତା ମାନେ ପିଲାମାନଙ୍କୁ କାହା ସହିତ ସାମଞ୍ଜସ୍ୟ ନକରି ତାଙ୍କ ପିଲା କିପରି ଭଲ ପଢ଼ି ଉପଯୁକ୍ତ ସ୍ଥାନରେ ଠିଆ ହୋଇ ଜନ ସାଧାରଣ ଙ୍କୁ କେଉଁ ପ୍ରକାର ସାହାଯ୍ୟ ଯୋଗାଇ ପାରିବ ତାହା ଉପରେ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା ଓ ଷ୍ଟାଫ ସହିତ ଗ୍ରାମବାସୀ ଯୁବକ ମାନେ ସହଯୋଗ କରିଥିଲେ ।

ଶେଷରେ ଅନୁଷ୍ଠାନ ର ମୁଖ୍ୟ ଗୋବିନ୍ଦ ନାହାକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରା ଯାଇଥିଲା । ଏବଂ ଛାତ୍ର, ଛାତ୍ରୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଉପସ୍ଥିତ ଅତିଥି, ଦର୍ଶକଙ୍କ ହୃଦୟ କୁ ସ୍ପର୍ଶ କରିଥିଲା। ବିଭିନ୍ନ କାର୍ଯ୍ୟରେ କୃତିତ୍ୱ ହାସଲ କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ସିଲ ପ୍ରଦାନ କରାଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...