ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୩୦/୧୨) : କନ୍ଧମାଳ ଜିଲ୍ଲା ହେଉ କି ଅନ୍ୟ ଜାଗା ରେ ବର୍ଷା ହେବା ଫଳରେ ସବୁ କିଛି ଫସଲ ନଷ୍ଟ ହୋଇଅଛି ।
ସୁନାର ଫସଲବର୍ଷ କ ଜାକ ର ଅଦିନିଆ ବର୍ଷା ହେବା ଫଳରେ ସବୁ କିଛି ନଷ୍ଟ । ବିଲରେ ଓ ଧାନ ଖଳାରେ ପାଚିଲା ଧାନ ଚାଷି ଭାଇ ଚିନ୍ତାରେ, କାରଣ ଏଇ ଦୁଇ ରୁ ତିନି ଦିନ ହେଲା କନ୍ଧମାଳ ଜିଲ୍ଲା ସମେତ ସାରା ଓଡ଼ିଶାରେ ମଧ୍ୟମରୁ ହାଲୁକା ବର୍ଷା ହୋଇଥିଲା । ଓ ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁଁ ଘରୁ ବାହାରିବାକୁ କଷ୍ଟ ଅନୁଭବ ହେଉ ଥିଲା । ସେତି କି ବେଳେ କିନ୍ତୁ ବର୍ଷ ଯାକର ଦାନା ବହୁତ କଷ୍ଟରେ ଯୋଗାଡ଼ କରିଥିବା ଚାଷୀ ଭାଇର ଏ ଅଦିନିଆ ବର୍ଷା ସବୁ ଫସଲ ନଷ୍ଟ କରିଦେବ କିଏ ବା ଜାଣିଥିଲା । କିଛି ଧାନ କଟାଯାଇ ଅମଳ ସରିଛି ଆଉ କିଛି ବିଲରେ ଏବଂ ଧାନଖଳାରେ ଖୋଲାରେ ଅଛି, ସେଗୁଡିକ ବର୍ଷା ଯୋଗୁଁ ନଷ୍ଟ ହୋଇଓ ଗଜା ହୋଇ ଅଛି, କିଛି କିଛି ଯାଗାରେ ଧାନ ଉପରେ ପାଲ ଘୋଡ଼ା ହୋଇଥିଲେ ମଧ୍ୟ ବର୍ଷା ଜଳ ଆସି ତଳେ ଥିବା ଧାନଗଦାକୁ ନଷ୍ଟ କରିଦେଇଛି ।
ସେହି ଧାନ ଖାଦ୍ୟ ରୂପେ ବ୍ୟବହାର ହୋଇପାରିବନାହିଁ ତେଣୁ ଚାଷୀ ତା’ର ବହୁ ପରିଶ୍ରମ ର ଫଳ ନଷ୍ଟ ହୋଇ ଅଛି । ଓ, କେଜାଣି ପ୍ରକୃତି ତାର କେତେ ଦାଉ ସାଧୁଛି । ଏପରି ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇ ଥିବା କେତେ ଗାଁ ର ଲୋକ
ଇନ୍ଦ୍ରଗଡ ଗ୍ରାମ ପଞ୍ଚାୟତର ତଳଇନ୍ଦ୍ରଗଡ ଗ୍ରାମର ସାମନ୍ତ ନାଇକ, ଢେପାଗୁଡ଼ା ଗ୍ରାମର ଯୁଧିଷ୍ଟିର ନାୟକ, ରୀନା ନାୟକ, ନୃସିଂହ ନାୟକ, ଗୋପାଳ ମଳିକ, ଦୁନିଆ ମଳିକ । ବୋଲି ସୁଚନା ମିଳିଅଛି । ଓ ଦେଖି ବାକୁ ବାକି ରହିଲା ସେହି ଗାଁ ରେ କେବେ ମିଳିବ ପ୍ରଶାସନତରଫରୁ ଶହୋଜୋଗହେବ ଦେଖିବାକୁ ପଡ଼ିବ ।