ବାଲୁଗାଁ, (୧୦/୦୫) : ଆପ୍ର. : ବାଲୁଗାଁରେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଛି । ୨ରାଉଣ୍ଡ ଗୁଳିମାଡ କରି ଲୁଟି ନେଲେ ୧୫ କିଲୋ ରୂପା ଅଳଙ୍କାର ।
ବାଲୁଗାଁ ଥାନା ଅନ୍ତର୍ଗତ ନିମିକ୍ଷେତା ଗାଁ ପଛ ପଟ ରାସ୍ତାରେ ଗୁଳି ମାଡ଼ କରିଛନ୍ତି ୫ ଦୁର୍ବୃତ୍ତ । ବ୍ୟବସାୟୀଙ୍କ ଛାତି ଓ ହାତରେ ଗୁଳି ବାଜିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦୁଇଟି ପଲସରରେ ୫ଜଣ ଦୁବୃର୍ତ୍ତ ଆସି ଲୁଟ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ ପ୍ରଥମେ ବାଲୁଗାଁ ମେଡିକାଲରେ ଭର୍ତ୍ତି, ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।