32.9 C
Balāngīr
Wednesday, April 23, 2025

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ସାବତ ମାଆ ସହ ମିଶି ପୁଅକୁ ଜାଳି ବାପାର ହତ୍ୟା ଉଦ୍ୟମ

Must read

ସୁନ୍ଦରଗଡ଼, (୧୮/୦୩) : ଆ.ପ୍ର. : ସାବତ ପୁଅକୁ ପୋଡ଼ି ହତ୍ୟା ଉଦ୍ୟମ । ପୁଅ ଶୋଇଥିବା ବେଳେ ବାହାର ପଟୁ କବାଟ ବନ୍ଦ କରି ନିଆଁ ଲଗେଇ ଦେଲେ ବାପା ଓ ସାବତ ମାଆ ।

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ତାଳ ବହାଳୀ ଗାଁ’ରେ ଘଟିଛି ଅଭାବନୀୟ ଘଟଣା । ଗତ ୧୫ ତାରିଖ ବିଳମ୍ବିତ ରାତିରେ ପୁଅ ଦଶରଥ ଭୂମିଜ ଘରେ ଶୋଇଥିବା ବେଳେ ବାପା ସମରା ଭୂମିଜ ଓ ସାବତ ମାଆ ରମାଦେଇ ଭୁମିଜ ବାହାର ପଟୁ କବାଟ ବନ୍ଦ କରି ଘରକୁ ନିଆଁ ଲଗାଇ ଦେଇଥିଲେ । ଘରଟି ଜଳିବାରୁ ଦଶରଥ ବାହାରକୁ ବାହାରିବାକୁ ଚେଷ୍ଟା କରି ମଧ୍ୟ ବାହାରି ପାରିନଥିଲେ। ଝରକା ପଟେ ବାପା ଓ ସାବତ ମାଆ ସବୁ ଦେଖୁଥିଲେ କିନ୍ତୁ କବାଟ ଖୋଲି ନଥିଲେ ।

ଦଶରଥର କକା ଅନ୍ୟ ସାଇ ପଡ଼ିଶା ପହଞ୍ଚି କବାଟ ଖୋଲି ଦଶରଥଙ୍କୁ ବାହାର କରିବା ବେଳକୁ ତାଙ୍କ ଶରୀରର ପ୍ରାୟ ୪୦ ଭାଗ ଜଳି ଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସ୍ଥାନୀୟ ମେଡ଼ିକାଲ ପରେ RGH ରେ ଭର୍ତ୍ତି କରଯାଇଛି। ବାପା ଓ ସାବତ ମାଙ୍କ ନାଁରେ ଲିଖିତ ଅଭିଯୋଗ ପରେ ଲହୁଣୀପଡ଼ା ପୋଲିସ ଉଭୟଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି । ତେବେ କେଉଁ କାରଣ ପାଇଁ ଏଭଳି କାଣ୍ଡ କରିବା ପାଇଁ ବାପା ମାଆ ଅଣ୍ଟା ଭିଡିଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...