ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ଼, (୦୧/୦୨) : ସୁନ୍ଦରଗଡ଼ରେ ଫୁଟିଲା ଗୁଳି । ସୁନ୍ଦରଗଡ଼ର ଲେଫ୍ରିପଡ଼ାରେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି । ଯୁବକଙ୍କ ଛାତିରେ ଗୁଳି ବାଜିଥିବା ସୂଚନା ମିଳିଛି ।
ଦର୍ଲ୍ଲିପାଲି ନିକଟରେ ଏହି ଗୁଳିମାଡ ହୋଇଛି । ଯୁବକଙ୍କ ଛାତିରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବକ । ତେବେ ଏହି ଗୁଳିମାଡ ବ୍ୟବସାୟିକ ଶତୃତା କାରଣରୁ ବୋଲି କୁହାଯାଉଛି । ଏହି ଗୁଳିମାଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।