32.9 C
Balāngīr
Thursday, June 12, 2025

ସୁପ୍ରିକୋର୍ଟଙ୍କ ସଂରକ୍ଷଣ ରାୟ ବିରୁଦ୍ଧରେ ଏସ ଟି/ଏସ୍ ଟି ମିଳିତ ସଂଘର ମୁନିଗୁଡ଼ା ବନ୍ଦ

Must read

ରିପୋର୍ଟ : କ୍ଷମା ସାଗର ଦାଶ୍
ମୁନିଗୁଡ଼ା, (୨୧/୯) : ଏସ ଟି/ଏସ ସି ସଂରକ୍ଷଣ ଉପରେ ସୁପ୍ରିକୋର୍ଟଙ୍କ ଦ୍ଵାରା ଆସିଥିବା ରାୟ ବିରୁଦ୍ଧରେ ମୁନିଗୁଡ଼ା ଏସ ଟି/ଏସ ସି ସଂଘ ତରଫରୁ ୧୨ଘଣ୍ଟିଆ ମୁନିଗୁଡ଼ା ବନ୍ଦ ଡାକରା ଯୋଗୁଁ ଆଜି ଜନ ଜୀବନ ବ୍ୟାହତ ହୋଇଥିଲା ।

ଏହି ଦୁଇ ସଂଘର ସର୍ବ ଭାରତୀୟ ନେତୃମଣ୍ଡଳୀ ମାନଙ୍କ ଦ୍ଵାରା ସାରା ଭାରତରେ ୨୧ଅଗଷ୍ଟ ବନ୍ଦ ପାଇଁ ଡାକରା ଦିଆଯାଇଥିଲା।ଆଜି ସକାଳୁ ଏସ ଟି/ଏସ ସି ସଂଘର ବ୍ଲକ ପ୍ରମୁଖ ନୀଳାମ୍ବର ବିଭାର,ଅନଙ୍ଗ ନାଗଙ୍କ ନେତୃତ୍ବରେ କର୍ମୀମାନେ ମୁନିଗୁଡ଼ାର ଗୋବର୍ଦ୍ଧନ ଛକ,ସହିଦ ଲକ୍ଷ୍ମଣ ନାୟକ ଛକ ଓ ମୁନିଖୋଲ ଛକଠାରେ ବ୍ୟାରିକେଟ କରି ରାସ୍ତା ରୋକ କରିବା ସହିତ ବିଭିନ୍ନ ନାରାବାଜି କରୁଥିଲେ । ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା । ମୁନିଗୁଡ଼ାର ଏସ ସି ନେତା ଶ୍ରୀଯୁକ୍ତ ନୀଳାମ୍ବର ବିଭାର ଓ ଅନଙ୍ଗ ନାଗଙ୍କ କହିବା କଥା ସୁପ୍ରିମକୋ୍ଟଙ୍କ ଏହି ରାୟ ମୂଳ ସମ୍ବିଧାନର ଆର୍ଟିକିଲ-୩୪୧ ସିଡ଼ିଲ କାଷ୍ଟ ଓ ଆର୍ଟିକିଲ-୩ ୪୨ସିଡିଲ ଟ୍ରାଇବସକୁ ବିରୁଦ୍ଧାଚରଣ କରୁଛି ଯାହା ଦ୍ୱାରା ଏସ ଟି/ଏସ ସି ସଂରକ୍ଷଣ ଉପରେ ବର୍ଗୀକରଣ ଏବଂ କ୍ରୀମିଲେୟରକୁ ପାର୍ଲ୍ୟାମେଣ୍ଟ ଏବଂ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ କରାଯାଇ ପାରିବନାହିଁ ।

କିନ୍ତୁ ଗତ ୧-୮-୨୦୨୪ତାରିଖ ଦିନ ସୁପ୍ରିକୋର୍ଟଙ୍କ ଦ୍ଵାରା ଏକତରଫା ଭାବରେ ସଂରକ୍ଷଣ ଭିତରେ ସଂରକ୍ଷଣ ଏବଂ ବର୍ଗୀକରଣ କରାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଯାହାକି ସଂରକ୍ଷଣକୁ ଗୋଟିଏ ପିଢ଼ିରେ ସୀମିତ ରଖିବା ଏବଂ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାର ଷଡ଼ଯନ୍ତ୍ର ଚାଲିଛି ବୋଲି ଦୁଇ ନେତା ପରୋକ୍ଷରେ ସୂଚିତ କରାଇଛନ୍ତି । ଏହି ବନ୍ଦ ଡାକରା ଫଳରେ ମୁନିଗୁଡ଼ାରେ ଦୋକାନ ବଜାର ବନ୍ଦଥିଲା । ସରକାରୀ କାର୍ଯ୍ୟାଳୟ,ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକ ବନ୍ଦ ଥିଲେ ମଧ୍ୟ କର୍ମଚାରୀମାନେ ବ୍ୟାଙ୍କ୍ ଆଗରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।ଯାତ୍ରୀବାହୀ ଜାନ ବାହାନ, ବନ୍ଦଥିଲା ।

ଅତ୍ୟାବଶ୍ୟକୀୟ ସେବା ଯଥା ଅଗ୍ନିଶମ ଗାଡ଼ି,ଆମ୍ବୁଲାନ୍ସ ଓ ପ୍ରେସ ଗାଡ଼ି ଗୁଡ଼ିକୁ ଆତଯାତ ପାଇଁ ରୋକ ଲାଗୁନଥିଲା।ଏହି ବନ୍ଦ ଡାକରାରେ ଅନ୍ୟମାନଙ୍କ ମଧ୍ୟରେ ମୁନିଗୁଡ଼ା ସରପଞ୍ଚ ସୁଶ୍ରୀ ସରସ୍ଵତୀ ଶବର, ତେଲେଙ୍ଗା ପଦର ସମିତି ସଭ୍ୟ ଅନଙ୍ଗ ନାଗ, ରମେଶ ପଲକିଆ, ପୂର୍ଣ୍ଣ ଟାକିରୀ, ସୁରଜ କରକରିଆ, ରାମ ବାଗ,ହାଇବୁ ଟାକିରି, ବଳରାମ କୁଷୁଲିଆ, ସୁବାସ ପଲକିଆ, ନାରାୟଣ ନାଗ, କୃତ୍ତି ହିଆଲ,ସରେନ୍ ଗରଡିଆ, କମଲ ବାତ୍ରା, ଚନ୍ଦ୍ର ହାସିଆ ପଲକିୟା, ତିରୁପତି କିଲାକା, ବେଣୁଧର ଗାଡ଼ାକା, ପ୍ରଶୁରାମ ୱାଡ଼ାକା, ସୁବଳ ନାଗ, ପ୍ରମୁଖ ଅନେକ କର୍ମୀ ପରିଚାଳନାରେ ସହାୟତା କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...