32.9 C
Balāngīr
Tuesday, May 13, 2025

ସୁବର୍ଣ୍ଣପୁରରେ ପାରାଲିଗାଲ୍ ସ୍ବେଛାସେବୀ ମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସୁବର୍ଣ୍ଣପୁରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସହାୟକ ସ୍ବେଛାସେବୀ ମାନଙ୍କୁ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।WhatsApp Image 2025 04 23 at 20.34.19 ସୁବର୍ଣ୍ଣପୁରରେ ପାରାଲିଗାଲ୍ ସ୍ବେଛାସେବୀ ମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

କାର୍ଯ୍ୟକ୍ରମର ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କୁମୁଦିନୀ ମୁଦୁଲି ପୌରାହିତ୍ୟ କରି ନ୍ୟାୟିକ ବ୍ୟବସ୍ଥା, ନ୍ୟାୟ ସୁବିଧା, ପୋକଶୋ ଆଇନ, (ଜେଭିଭି) ଜୁଭେନାଲ ଜଷ୍ଟିସ ବୋର୍ଡ ଇତ୍ୟାଦିର କାର୍ଯ୍ୟକାରିତାକୁ ପ୍ରାଞ୍ଜଳ ଭାବେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସଂସାଧନ ଅଧିକାରୀ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭାଗୀୟ କଲ୍ୟାଣକାରୀ ଯୋଜନା ଓ ସେଗୁଡିକର କାର୍ଯ୍ୟକାରିତା ବିଷୟରେ ସ୍ବେଛାସେବୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ବାର୍ଦ୍ଧ୍ୟକ ଭତ୍ତା, ଦିବ୍ୟାଙ୍ଗ ସହାୟତା ଯୋଜନା ତଥା ଅନ୍ୟ ସାମାଜିକ ସୁରକ୍ଷା ଯୋଜନା ସହ ଆବଶ୍ୟକ ଯୋଗ୍ୟତା ଇତ୍ୟାଦି ବିଷୟରେ ଅଲୋଚନା କରିଥିଲେ ।

ଆଞ୍ଚଳିକ ଶ୍ରମ ଆଯୁକ୍ତ ଡିଲେଶ୍ୱର ଖାଖା ଅନଔପଚାରିକ ଶ୍ରମିକଙ୍କ ପାଇଁ ଲାଭଜନକ ଯୋଜନା, ନିମ୍ନ ଆୟ ଶ୍ରେଣୀ ପାଇଁ ଶ୍ରମ ସମ୍ବନ୍ଧୀୟ ସୁବିଧା ଓ ଶ୍ରମ ଆଇନ ଉପରେ ତାଲିମ ପ୍ରଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଆଇନ ପରାମର୍ଶଦାତା କେଶବ ଚନ୍ଦ୍ର ମେହେର, ପାରିବାରିକ ଘରୋଇ ହିଂସା, ମହିଳା ଓ ଶିଶୁ ସୁରକ୍ଷା ନିର୍ଯାତନା ସହ ଯୋଜନା ଓ ନ୍ୟାୟିକ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ ।

ଏହି ତାଲିମ ଦ୍ୱାରା ସ୍ବେଛାସେବୀମାନେ ନାଗରିକଙ୍କ ମଧ୍ୟରେ ଆଇନ ଓ ସରକାରୀ ସେବା ପ୍ରତି ସଚେତନତା ବଢ଼ାଇବା ସହ ଅଞ୍ଚଳରେ ନ୍ୟାୟ ସୁବିଧା ପହଞ୍ଚେଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରି ଜନସାଧାରଣଙ୍କୁ ସାମାଜିକ, ନ୍ୟାୟିକ ତଥା ବୌଦ୍ଧିକ ଦିଗ ପ୍ରତି ସଚେତନତା ପ୍ରଦାନ ପୂର୍ବକ ଏକ ସୁସ୍ଥ ସମାଜ ଗଠନରେ ସମାଜ ଓ ସରକାରୀ ଵିଧି ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ପୂର୍ବକ କାର୍ଯ୍ୟ କରିପାରିବେ ।

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...