32.9 C
Balāngīr
Thursday, July 10, 2025

ସୁବର୍ଣ୍ଣପୁରରେ ବିଶ୍ୱ ଆଦିବାସୀ ଦିବସ ପାଳିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୯/୦୮) : ସୁବର୍ଣ୍ଣପୁର ନୂତନ ଟାଉନ ହଲ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି l

ଏଥିରେ ପ୍ରଥମେ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମଁl ସୁରେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆଦିବାସୀଙ୍କ ଅସ୍ତ୍ରଶସ୍ତ୍ର ଧରି ପାରମ୍ପାରିକ ନୃତ୍ୟ ଗୀତ ଓ ବାଦ୍ୟର ତାଳେ ତାଳେ ନୃତ୍ୟ କରି ଶୋଭା ଯାତ୍ରାରେ ବାହାରି ନୂତନ ଟାଉନ ହଲ କୁ ଆସି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଯୋଗୀନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ ଵୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଇଂ ରଘୁନାଥ ଜଗଦଲା l

ସମ୍ମାନିତ ଅତିଥି ରାଧାକାନ୍ତ ମହାକୁର, ସାଂସଦ ପ୍ରତିନିଧି ଉଲୁଣ୍ଡା ବ୍ଲକ, ଗୁପ୍ତେଶ୍ୱର ମଲ୍ଲିକ କାର୍ଯ୍ୟକାରୀ ସଭାପତି, ଆଦିବାସୀ କଲ୍ୟାଣ ସଙ୍ଘ, ଭାଗିରଥି ମୁଣ୍ଡା ସଭାପତି ପୌରାଞଚ୍ଚ ସୋନପୁର, ସାଧବ ଭୁଏ, ସଭାପତି, ଆଦିବାସୀ କଲ୍ୟାଣ ସଂଘ ସୋନପୁର ବ୍ଲକ, ନନ୍ଦନ ବାରିକ, ସଭାପତି, ଆଦିବାସୀ କଲ୍ୟାଣ ସଂଘ ଉଲୁଣ୍ଡା ବ୍ଲକ, ଯୋଗୀନ୍ଦ୍ର ମିର୍ଦ୍ଧା, ସଭାପତି, ଆଦିବାସୀ କଲ୍ୟାଣ ସଙ୍ଘ, ବୀରମହାରାଜପୁର ବ୍ଲକ, ଭଲଭଦ୍ର କଅଁର ସଭାପତି ତରଭା ବ୍ଲକ, ବିରଞ୍ଚି କଅଁର ସଭାପତି ଆଦିବାସୀ କଲ୍ୟାଣ ସଂଘ ବିନିକା ବ୍ଲକ, ଶୁରେଷ କୁମାର ଭୋଇ, ସଭାପତି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଡୁଙ୍ଗୁରିପାଲି ବ୍ଲକ, କରଂଜିତ ଭୋଇ, ସଭାପତି, ଆଦିବାସୀ କଲ୍ୟାଣ ସଂଘ NAC ବିନିକା ଯୋଗଦାନ କରି ବିଶ୍ୱ ଆଦିବାସୀ ଦିବସ ଉପରେ ଆଲୋଚନା କରିଥିଲେ ଏବଂ ଏହି ଦିବସକୁ ସରକାରୀ ଛୁଟି ଘୋଷଣା କରିବା ପାଇଁ ଦାବି ଜଣାଇଥିଲେ l

ଆଦିବାସୀ ମାନଙ୍କର ହକ ଅଧିକାରକୁ ହାତେଇବାକୁ ହେଲେ ଆମେ ସଂଗଠିତ ହେବାକୁ ହେବବୋଲି ଆଲୋଚନା ହୋଇଥିଲା l ଏଥିରେ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଶ୍ରୀ ବୁଢାଦେଓ ନୃତ୍ୟ ଗ୍ରୁପ, କୁଞ୍ଜପାଲି, ଵୀରମହାରାଜପୁର, ତରଭା ବ୍ଲକର ସାଧବ କଅଁର ଓ ସାଥି, ଉଲୁଣ୍ଡା ବ୍ଲକର ସିଂହପାଲି ସାସ୍କୃତିକ ଦଳ ଓ ଗୋବିନ୍ଦପୁର ସଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ l ଏଥିରେ ସମସ୍ତ ସାଂସ୍କୃତିକ ଦଳ ମାନଙ୍କୁ ସଂଘ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା l

ଏଥିରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିଥିଲେ ରୋହିତ କଅଁର, ମଞ୍ଚ ପରିଚାଳନା କରିଥିଲେ ମକୁନ୍ଦ ଧରୁଆ, ଧନ୍ୟବାଦ ଅର୍ପଣ କରିଥିଲେ ଆଦିବାସୀ କଲ୍ୟାଣ ସଂଘର ସମ୍ପାଦକ ଲମ୍ବୋଦର ଧରୁଆ l ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଆଦିବାସୀ ମାନେ ସାମିଲ ହୋଇଥିଲେ l ଏଥିରେ ପଦ୍ମନାଭ ଧରୁଆ, ନରୋତ୍ତମ ଆଡବାଙ୍କ, ବରୁଣ ଭୋଇ, ଶୁକଦେବ ମଲ୍ଲିକ, ପ୍ରମୋଦ ଭୋଇ, କପୁରଚନ ଭୋଇ, ପ୍ରମୁଖ ସହଯୋଗ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...