32.9 C
Balāngīr
Thursday, July 10, 2025

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୦୮) : ସୋନପୁର ପୌର ପ୍ରଶାସନ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପଲକ୍ଷେ ସକାଳ ୧୧ ଘଣ୍ଟା ସମୟରେ ପୌର ପରିଷଦ ଅଫିସ ଠାରୁ ସୁରେଶ୍ଵରୀ ମନ୍ଦିର ଛକ ଓ ଦୁର୍ଗାମଣ୍ଡପ ଦେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା lWhatsApp Image 2024 08 14 at 10.37.25 ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମେଶ୍ବର ଷ୍ଟାଡିୟମ ଯାଏ ପହଞ୍ଚିଥିଲା l ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, ସମସ୍ତ ଜେ.ଇ, ପୌର କର୍ମଚାରୀ, ସମସ୍ତ କାଉନସିଲର, ସ୍ବଚ୍ଛ ସାଥୀ, ଏସଏଚ୍ ଜି ମହିଳା, ଓ ସହର ର ବୁଦ୍ଧିଜୀବୀ ଯୋଗ ଦେଇଥିଲେ l ହର ଘର ଘର୍ ଘର୍ ତ୍ରିରଙ୍ଗା କାର୍ଯକ୍ରମ କୁ ଲୋକାଭିମୁଖୀ କରିବା ଓ ଆଗାମୀ ଜାତୀୟ ମହାନ୍ ପର୍ବ ରେ ସବୁ ବର୍ଗ ର ଲୋକ ମାନଙ୍କୁ ଯୋଡିବା ଲକ୍ଷ୍ୟ ନେଇ ୧୩ ତାରିଖ ରୁ ୧୫ ତାରିଖ ଯାଏ ଅନୁଷ୍ଟିତ ହେବାକୁ ଥିବା ଏଇ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପୌର ପ୍ରଶାସନ ଏହା ଆରମ୍ଭ କରିଛି l

ଶୋଭାଯାତ୍ରା ଅଫିସ୍ ରେ ପହଞ୍ଚିଲା ପରେ ଜୟ ହିନ୍ଦ୍ ଲେଖି ସମସ୍ତେ ଫ୍ଲାକ୍ସ ରେ ଅଟୋ ଗ୍ରାଫ୍ ଦେଇଥିଲେ l ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ସକାଳେ ଷ୍ଟାଡିୟମ ଠାରେ ସହରର ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକସ୍ତରରେ ବ୍ଲକ ପ୍ରଶାସନ ଓ ସ୍କୁଲ ଓ ମହାବିଦ୍ୟାଳୟ ମାନଙ୍କ ଦ୍ୱାରା ତ୍ରିରଙ୍ଗା ଶୋଭାଯାତ୍ରା ସହ ତତ ସମ୍ୱନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି l

ସେହିପରି ବିନିକା ଏନ୍ଏସି ପ୍ରଶାସନ ପକ୍ଷରୁ ସହରରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଦ୍ଧାର୍ଥ ଡ଼ିଗ୍ରୀ କଲେଜ , ଜୁନିଅର କଲେଜ ର ଛାତ୍ରଛାତ୍ରୀ ମାନେ ଜାତୀୟ ପତାକା ଧରି ଶୋଭଯାତ୍ରା ରେ ସହର ପରିକ୍ରମା କରିଥିଲେ। ଏଥିସହ ସମସ୍ତେ ଘର ସମ୍ଭୁଖରେ ଜାତୀୟ ପତାକା ଉଡ଼ାଇବାକୁ ସଚେତନ କରିଥିଲେ । ଏଥିରେ ଏନ୍ଏସି ଚେୟାରମେନ ଓ ପରିଷଦ ର କର୍ମଚାରୀ , ପୁଲିସ ପ୍ରଶାସନ, ସଂପୃକ୍ତ କଲେଜ ର ଅଧ୍ୟାପକ ଅଧ୍ୟାପିକା, ଭାଜପା ର କର୍ମକର୍ତ୍ତା ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ଥିଲେ ।

ଏହି ଅବସରରେ ବିନିକା ବ୍ଲକ୍ ପ୍ରଶାସନ ପକ୍ଷରୁ ଚରଦା ପଞ୍ଚାୟତ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବି ଡି ଓ ପ୍ରମୋଦ କୁମାର ମେହେର, ବରିଷ୍ଟ କିରାଣୀ ନାଗାର୍ଜୁନ ପାଣ୍ଡେ,ସରପଞ୍ଚ ବୃନ୍ଦାବତି ନାଏକ,ନାଇବସରପଞ୍ଚ ବାସନ୍ତୀ ଥନlପତି, ଯୋଗାଣ ଅଧିକାରୀ ପିଙ୍କୁ ଭୋଇ, ଯୁଗେଶ ମେହେର, ଜିତେନ୍ଦ୍ର ପଧାନ ଙ୍କ ସମେତ ଚରଦl ଉଚ୍ଚ ବିଦ୍ୟାଳୟ,ଉଚ୍ଚପ୍ରଥାମିକ ବିଦ୍ୟାଳୟ,ପଞ୍ଚାୟତ ୱlର୍ଡ ସଭ୍ୟ ସଭ୍ୟା, ଏମ୍ ବି କେ, ସି ଆର ପି, ଭି ଆର ପି, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ବ୍ଲକ ର ସମସ୍ତ ଏ ଡି ଇ ଓ, ପି ଇ ଓ, ଜିଆରଏସ ପ୍ରମୁଖ ଚରଦା ଗ୍ରାମ ପରିକ୍ରମା କରିଥିବା ବେଳେ ତ୍ରିରଙ୍ଗା ର ମହତ୍ତ୍ଵ ଉପରେ ଲୋକଙ୍କୁ ସଚେତନ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...