32.9 C
Balāngīr
Monday, April 28, 2025

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷକ ସମାବେଶ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବନିମ୍ନ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ସହିତ ୮୦୦ ଟଙ୍କା ଇନପୁଟ ସହାୟତା ରାଶି ସହିତ ସମୁଦାୟ ୩୧୦୦ ଟଙ୍କା ପ୍ରଦାନର ଶୁଭାରମ୍ଭ ।
ରିପୋର୍ଟ : ଧୃବରାଜ ମିଶ୍ର //
ସୁବର୍ଣ୍ଣପୁର,(୦୮l୧୨) : ଓଡିଶା ସରକାରଙ୍କ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ବୃଦ୍ଧି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ କୃଷକ ସମାବେଶ ରୟାଲ ପଡ଼ିଆ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି ।6ba68e85 4746 46b9 b32b c74f95124409 ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷକ ସମାବେଶ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ଅଧିକ ୮୦୦ ଟଙ୍କାର ଇନପୁଟ ସହାୟତା ପ୍ରଦାନ ଚାଷୀଙ୍କ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କାରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ସୋନପୁର ଉପଜିଲ୍ଲାପାଳ ସୌମ୍ୟାରୁପା ରଥ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରୁଦ୍ରଦେବ ରାଉତ, କୃଷି ଜିଲ୍ଲା ଅଧିକାରୀ ଧୀରେନ୍ଦ୍ର ସିଂ ବରିହା, ଅତିରିକ୍ତ ଯୋଗାଣ ଅଧିକାରୀ ଯୋଗେଶ୍ୱର ସାଏ, ସୋନପୁର ସହକାରୀ ଉପନିବନ୍ଧକ ସମବାୟ ସମିତି ପାଣୁ ଚରଣ ସାହୁ ଓ ବୀରମହାରାଜପୁର୍ ସହକାରୀ ଉପନିବନ୍ଧକ ସମବାୟ ସମିତି ଗିରିଶ ଚନ୍ଦ୍ର ପୁରୋହିତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିକଶିତ ଓଡିଶା ନିର୍ମାଣ ଲକ୍ଷ୍ୟରେ କୃଷି ଆୟକୁ ଦ୍ବିଗୁଣିତ କରିବାକୁ ଚାଷୀଙ୍କୁ ଆହ୍ୱାନ ଦେଇ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ଅଂଶୀଦାର ହେବାକୁ କହିଥିଲେ ।

ଏହି ଅବସରରେ ଜିଲ୍ଲାର ୨ ଜଣ ସଫଳ ଚାଷୀଙ୍କୁ କୃଷି ଯାନ୍ତ୍ରିକ କରଣ ସମ୍ପର୍କିତ ସହାୟତା ପ୍ରଦାନ ପୂର୍ବକ ଟ୍ରାକ୍ଟରର ଡେମୋ ଚାବି ପ୍ରଦାନ କରାଯାଇଥିଲା । ଆଜି ବରଗଡ଼ର ସୋହେଲାଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁଭ ଉଦଘାଟିତ କୃଷି ଉତ୍ସବର ଆଭାସି ପ୍ରସାରଣ କରାଯାଇଥିବା ବେଳେ ଆମ ଜିଲ୍ଲାର ୬ଟି ବ୍ଲକରୁ ଶହଶହ ଚାଷୀ ଜିଲ୍ଲାରେ ଅନୁଷ୍ଠିତ କୃଷକ ସମାବେଶରେ ଅଂଶଗ୍ରହଣ କରିଥିବା ବେଳେ ସମାରୋହରେ ସ୍ଥାନୀୟ ନେତୃବୃନ୍ଦ ତଥା ବିଭିନ୍ନ ସରକାରୀ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ । ସମାରୋହ ଅବସରରେ ଜିଲ୍ଲାର କୃଷକ ମାନଙ୍କୁ ଚାଷୀ ଓ ଚାଷ ସମ୍ପର୍କିତ ବିଭିନ୍ନ ଜ୍ଞାନ କୌଶଳ ତଥା ତତ ସମ୍ୱନ୍ଧୀୟ ବିଶେଷ ସୂଚନା ଓ ସଚେତନ ନିମନ୍ତେ ପ୍ରଦର୍ଶନୀ ମଣ୍ଡପ ସହ ଖାଦ୍ୟ ଷ୍ଟଲର ପ୍ରଦର୍ଶନ କରାଯାଇଥିଲା l ଏହି ଅବସରରେ ଛାତ୍ରୀଛାତ୍ର ଓ ସାଂସ୍କୃତିକ ସଂଗଠନ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା l ତରଭା ବ୍ଲକ କୃଷି ଅଧିକାରୀ ସୁଶ୍ରୀ ସ୍ମିତା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...