ସୁବର୍ଣ୍ଣପୁର (୨୪/୦୩-ଆପ୍ର) : ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉରେ ବିପୁଳ ପରିମାଣର ଗଞେଇ ଜବତ କରିଥିବା ଜଣାପଡିଛି। ଏହା ସହ ଏଥିରେ ସମ୍ପୁକ୍ତ ଥିବା ଗୋଟିଏ ଟ୍ରକ ଓ ରାଜ୍ୟ ବାହାରର ୨ଜଣ ଙ୍କୁ ଗିରଫ କରାଯାଇଛି ।
ସୋନପୁର ଅବକାରୀ ବିଭାଗ ସୋନପୁର – ବଲାଙ୍ଗୀର ଯାତୀୟ ରାଜପଥରେ ପ୍ରେଟ୍ରୋଲିଙ୍ଗ କରୁଥିବା ସମୟରେ ସନ୍ଦେହରେ ତରଭା ଛକ ଠାରେ ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଏହି ଟ୍ରକରୁ ୮୫କେଜି ଗଞେଇ ବାହାରୀ ଥିଲା । ଫଳରେ ଗାଡିରେ ଥିବା ଡ୍ରାଇଭର ଓ ଅନ୍ୟ ଜଣେକୁ ଗିରଫ କରିଛି ଅବକାରୀ ବିଭାଗ । ସେମାନେ ହେଲେ ବିହାର ପାଟନା ଜିଲ୍ଲା ମାଲସଲାମି ଥାନା ରହମାନପୁର କଟ୍ରା ବଜାରର ପ୍ରଦୀପ ବର୍ମା ଓ ବିନୋଦ କୁମାର ବୋଲି ଜଣାପଡିଛି । ଏହି ସବୁ ଗଞେଇ ବୈାଦ୍ଧ ଜିଲ୍ଲାରୁ ସୋନପୁର ବଲାଙ୍ଗୀର ଦେଇ ବାହାର ରାଜ୍ୟକୁ ଚାଳାଣ ହେଉଥିବା ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ।