ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୫) : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘର ସାଧାରଣ ସମ୍ପାଦକ ପିୟୁଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା କ୍ରୀଡା ସଂଘ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l
ଏହି ବୈଠକରେ ୭୦ ତମ ରାଜ୍ୟ ସ୍ତରୀୟ ଜୁନିୟର ଏଥେଲେଟିକ୍ ଚୟନ ଲିଗ୍ – ୨୦୨୪ ରେ ସୁବର୍ଣ୍ଣ ପୁର ଦଳ କିପରି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଏକ ଚୟନ ଶିବିର ଆସନ୍ତା ତା.୨୮.୦୫.୨୦୨୪ରିଖ ଦିନ ସକାଳ ୭ ଟା ସମୟରେ ଗାନ୍ଧୀ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବ । ଏହି ଚୟନ ଶିବିରରେ ବିଭିନ୍ନ ବର୍ଗର ଯଥା ବାଳକ ଓ ବାଳିକା ପୁରୁଷ ଓ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ । ସମସ୍ତ ପ୍ରତିଯୋଗୀ ମାନେ ପରିଚୟ ପତ୍ର, ଆଧାର କାର୍ଡ଼ କିମ୍ବା ଜନ୍ମ ପ୍ରମାଣ ପତ୍ର ବାଧ୍ୟତାମୂଳକ ଭାବେ ସାଙ୍ଗରେ ଧରି ଆସିବେ । ଏଥିରେ ଭାଗ ନେବା କୁ ଇଚ୍ଛୁକ ପ୍ରାର୍ଥୀ ମାନେ ମୋ.- ନମ୍ବର ୯୯୩୮୮୨୨୩୭୧ (ରିକୁ), ୭୦୦୮୫୯୬୧୮୫ (କଲିମ୍) ଓ ୯୧୨୪୮୫୯୬୬୬ ରେ (ଚକା)ଙ୍କୁ ଯୋଗାଯୋଗ କରିପାରିବେ ।
ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା କ୍ରୀଡା ସଂଘର ଉପ-ସଭାପତି ଚିତ୍ତ ରଞ୍ଜନ ତରାସିଆ, ସହକାରୀ ସାଧାରଣ ସମ୍ପାଦକ ନନ୍ଦକିଶୋର ତ୍ରିପାଠୀ, ଫୁଟବଲ ସମ୍ପାଦକ ରାଜୀବ କୁମାର ସାହୁ, ଭଲିବଲ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସୁବାଷ ବିଶ୍ଵାଳ, କାର୍ଯ୍ୟକାରୀ ସଦସ୍ୟ କୃଷ୍ଣ ବାଘ, ଭୁକୁଲୁ ବକ୍ସି, ଗୌରୀଶ୍ୟାମ ପଣ୍ଡା, ଦିଲ୍ଲିପ ଗୁରୁ, ଜିତେନ୍ଦ୍ର ସାହୁ, କଇରୁ ସ୍ବାଇଁ, ଆଦିତ୍ୟ କିଶୋର ଦାନୀ, କଲିମ ମହମ୍ମଦ, ବଳରାମ ପଟ୍ଟନାୟକ, ଗତିକୃଷ୍ଣ ମିଶ୍ର, ସତ୍ୟନାରାୟଣ ରାଓ, କମଳାକାନ୍ତ ସାହୁ, ଦିଗାମ୍ବର ଶତପଥି, ସୁଦର୍ଶନ ପଣ୍ଡା ଓ ଜିଲ୍ଲା କ୍ରୀଡା ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।