32.9 C
Balāngīr
Tuesday, July 15, 2025

ସୁବର୍ଣ୍ଣପୁର ଜିଲ୍ଲା ତରଭା ରେ ଅନଲାଇନ୍ ଜୁଆରୁ କୋଟି କୋଟି ଟଙ୍କା ଠକେଇ, ନିବେଶକାରୀ ହତାସ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୮) : ସୁବର୍ଣ୍ଣପୁର ଜିଲ୍ଲାରେ ଅନଲାଇନ୍ ଜୁଆ ଖେଳ ବୃଦ୍ଧି ପାଉଥିବା ବେଳେ ଅନେକ ଲୋକ ଠକାମୀ ର ଶିକାର ହେଉଛନ୍ତି ।WhatsApp Image 2024 09 02 at 12.03.47 ସୁବର୍ଣ୍ଣପୁର ଜିଲ୍ଲା ତରଭା ରେ ଅନଲାଇନ୍ ଜୁଆରୁ କୋଟି କୋଟି ଟଙ୍କା ଠକେଇ, ନିବେଶକାରୀ ହତାସ

କିଛି ଦିନ ତଳେ ଜିଲ୍ଲାର ତରଭା ଅଞ୍ଚଳ ସମେତ ସହରରେ ଅନେକ ସ୍ଥାନରେ କୋଟି କୋଟି ଟଙ୍କା ହରାଇଛନ୍ତି ଗ୍ରାହକ। ଏ ନେଇ ତରଭା ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ଅନ୍‌ଲାଇନ୍‌ରେ ଜାଲ ବିଛାଇଥିଲା ସ୍ୱିଜର୍‌ଲ୍ୟାଣ୍ଡ୍‌ର ଏକ ସଂସ୍ଥା । ରନ୍‌ଲିଭ୍ ( RunLve) ନାମକ ଆପ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ ଲିଙ୍କ୍ ଦେଇ ୱେବ୍‌ସାଇଟ୍‌ରେ ଖେଳାଉଥିଲା ଜୁଆ । ଟଙ୍କା ଦେଲେ ୨ ଗୁଣା ପାଉଥିଲେ ଲୋକେ । କିନ୍ତୁ ଏବେ କୋଟି କୋଟି ଟଙ୍କା ଠକି ନେବା ପରେ କାନମୁଣ୍ଡ ଆଉଁଷିଲେ ୟୁଜର୍ । ମାଷ୍ଟର ମାଇଣ୍ଡ୍‌ର ଲୁଟ୍‌ର ଜାଲରେ ଛନ୍ଦି ହୋଇଥିଲେ ଶହ ଶହ ସଂଖ୍ୟାରେ ସାଧାରଣ ଲୋକ ।

କିଛିଦିନ ତଳେ ଏହା ଚାଲୁଥିବା ବେଳେ ଏ ନେ଼ଇ ତରଭାର ଜଣେ ଯୁବକ ପ୍ରଥମେ ଲିଙ୍କ୍ ପାଇ ପରେ ଏଜେଣ୍ଟ ସାଜିଥିଲେ। ସହରର ଏକ କଲ୍ୟାଣ ମଣ୍ଡପ ରେ ସ୍ଥାନୀୟ ପୁରୁଷ ଓ ମହିଳାଙ୍କୁ ନେଇ ଏକ ଭୋଜିଭାତ ଆୟୋଜନ ସହ ରନ୍‌ଲିଭ୍ ବିଷୟରେ ବୁଝାଇବା ସହ ବ୍ୟାପକ ଗ୍ରାହକ ଯୋଗାଡ କରିଥିବା ଫୋଟ ଓ ଭିଡିଓ ଭାଇରାଲ ହେଇଛି । ଏ ନେଇ କିଛି ଗ୍ରାହକ କହିଛନ୍ତି ପ୍ରଥମେ ସେମାନଙ୍କ ଆକାଉଣ୍ଟକୁ କିଛି ଟଙ୍କା ଲାଭ ଆକାରରେ ଆସିଥିଲା । ଏହାର ବ୍ୟାପକ ପ୍ରଚାର ପ୍ରସାର ଫଳରେ ବହୁ ଲୋକ ଏହି ଆପ୍ ରେ ଟଙ୍କା ଲଗାଇଥିଲେ। କିନ୍ତୁ କିଛି ଦିନ ହେବ ରନ୍‌ଲିଭ୍ (Runlve) ଆପ୍‌ରେ ଲୋକ ମାନେ ଯେଉଁ ଅର୍ଥ ବିନିଯୋଗ କରିଥିଲେ ତାହା କାମ କରୁନାହିଁ କିମ୍ବା ନିବେଶକାରୀ ମାନେ ସେମାନଙ୍କର ଟଙ୍କା କାଢି ପାରୁନାହାନ୍ତି ।

ଏହି ମ୍ୟାକେଟ୍‌ରେ ସହରର ଅନେକ ଯୁବକ, ଯୁବତୀ, ସରକାରୀ ଚାକିରିଆ ମଧ୍ୟ ଖେଳ ପରିଚାଳନାରେ ଅଂଶୀଦାର ଥିବା ଚର୍ଚ୍ଚା ହେଉଛି । କିଏ ଏହି ଖେଳକୁ ପ୍ରଥମେ ଆରମ୍ଭ କଲା, ସଧାରଣ ଲୋକଙ୍କୁ ଭୂଆଁ ବୁଲାଇ ଏତେ ବଡ ଗ୍ୟାକେଟ୍ ପଛରେ କିଏ ମାଷ୍ଟରମାଇଣ୍ଡ ତାହାକୁ ନେଇ ପ୍ରଶ୍ନ ଉଠିଛି । ଏ ନେଇ ସ୍ଥାନୀୟ ପୁଲିସରେ ଏ ଯାଏଁ କେହି ଅଭିଯୋଗ କରି ନ ଥିବା ତରଭା ଆଇଆଇସି ଅନିତା କିଡୋ ଏବଂ ସୋନପୁର ସଦର ଆଇଆଇସି ରମେଶ କୁମାର ମାହାଣା ଙ୍କ ଠାରୁ ପ୍ରକାଶ l

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...