32.9 C
Balāngīr
Wednesday, April 30, 2025

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ସୁବର୍ଣ୍ଣପୁର (୨୭/୦୩ – ଆ.ପ୍ର) : ସୂଚନା ଅଧିକାର ଆଇନ-୨୦୦୫ ଅଧିନିୟମ ୪ (୧) (ବି)ର ପୂର୍ଣ୍ଣାଙ୍ଗ କାର୍ଯ୍ୟନ୍ୱୟନ ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ଏକ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମାର୍ଗ ଦର୍ଶିକା ଅନୁଯାୟୀ ଜିଲ୍ଲାପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏହି କର୍ମଶାଳା ଅନୁଷ୍ଠିତ କରାଯାଇଥିଲା।2bc06c04 5759 4b07 8449 fc877bd47dcb ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା

ଅତିରିକ୍ତ ଜିଲ୍ଲାପାଳ ତଥା ସୂଚନା ଅଧିକାର ଆଇନ ୨୦୦୫ ଜିଲ୍ଲା ନୋଡାଲ ଅଧିକାରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଅତିରିକ୍ତ ବନ ସଂରକ୍ଷକ ଶ୍ରୀ ନାଗ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ସୁଶାସନ ବ୍ୟବସ୍ଥାରେ ସୂଚନା ଅଧିକାର ଆଇନର ଗୁରୁତ୍ୱ ଓ ମହତ୍ୱ ଉପରେ ଆଲୋକପାତ କରିଥିଲେ । ସମସ୍ତ ଜନ ସୂଚନା ଅଧିକାରୀ ସେମାନଙ୍କ କାର୍ଯ୍ୟାଳୟର ସୂଚନା ଅଧିକାର ଆଇନ ପୋର୍ଟାଲ ରେ ୧୭ ସ୍ୱତଃ ପ୍ରକଟିକରଣ କୁ ଅପଡେଟ କରିବା ସହ ସମସ୍ତ ସୂଚନାକୁ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଆରେ ମଧ୍ୟ ପ୍ରକଟିକରଣ କରିବାକୁ ପରାମର୍ଶ ଦେଇଥିଲେ। ସଂସାଧକ/ ବିଷୟ ବିଶାରଦ ଭାବେ ସୂଚନା କର୍ମୀ ସ୍ୱାଧୀନ ମେହେର ଯୋଗଦେଇ ସ୍ୱତଃ ପ୍ରକରଣର ୧୭ ଗୋଟି ବିନ୍ଦୁ ଉପରେ ସୂଚିତ କରିବା ସହିତ ଅପଡେସନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ସୂଚନା ଅଧିକାର ଆଇନ ୨୦୦୫ ର ରୂପରେଖର ଆଲୋକପାତ କରି ଦରଖାସ୍ତ ଗ୍ରହଣ, ପ୍ରଦାନ, ଅନ ଲାଇନରେ ସମସ୍ତ ପ୍ରକ୍ରିୟା ସମ୍ପାଦନ ତଥା ଆଇନର ଵିଧି ବ୍ୟବସ୍ଥା ସହ ଜନ ସୂଚନା ଅଧିକାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ତଥା ବ୍ୟବସ୍ଥିତ ସମ୍ପାଦନ ଆଦି ଉପରେ ପ୍ରାଞ୍ଜଳ ଆଲୋଚନା କରିଥିଲେ।9f0e0e7e ea7e 4d6e 8d64 b8d3344e6cab ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା

ଏହି ଅବସରରେ ପାୱାର ପଏଣ୍ଟ ଜରିଆରେ ଅପଡେଟ କରିବାର ପ୍ରକିୟା ସହ ସୂଚନା ଆଇନରେ ଜନ ସୂଚନା ଅଧିକାରୀଙ୍କ ଦାୟିତ୍ୱ କର୍ତ୍ତବ୍ୟ ତଥା ଆଇନର ବିଭିନ୍ନ ବିଷୟ ଉପରେ ଉପସ୍ଥାପନ କରାଯାଇଥିଲା। କର୍ମଶାଳାର ପ୍ରଶ୍ନୋତ୍ତର ସମୟ ମଧ୍ୟରେ ପ୍ରଶିକ୍ଷାର୍ଥୀ ମାନେ ସୂଚନା ଅଧିକାର ଆଇନରେ ଆବେଦନ ଗ୍ରହଣ, ଉତ୍ତର ପ୍ରଦାନ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ପ୍ରଶ୍ନ ପଚାରି ନିଜ ନିଜର ସନ୍ଦେହ ଦୂର କରିଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ,ଶିକ୍ଷା, କୃଷି, ମହିଳା ଓ ଶିଶୁ ବିକାଶ,ଶିଶୁ ସୁରକ୍ଷା, ଶ୍ରମ,ଦକ୍ଷତା ବିକାଶ ଓ ନିୟୋଜନ,ଜନସ୍ବାସ୍ଥ୍ୟ,ପ୍ରାଣୀ ସମ୍ପଦ, ରାଜସ୍ୱ,, ପଞ୍ଚାୟତିରାଜ, ବନବିଭାଗ ଆଦି ବିଭାଗ କାର୍ଯ୍ୟଳୟର ଜନ ସୂଚନା ଅଧିକାରୀ ପ୍ରଥମ ଅପିଲ କର୍ତ୍ତୃପକ୍ଷ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ଥିଲେ । ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜନ ସୂଚନା ଅଧିକାରୀ ସତ୍ୟଭାମା କହଁର ଧନ୍ୟବାଦ ପ୍ରଦାନ କରିଥିଲେ।

ରାଇକିଆ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ସାଧାରଣ ବୈଠକ

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...
ସୁବର୍ଣ୍ଣପୁର (୨୭/୦୩ - ଆ.ପ୍ର) : ସୂଚନା ଅଧିକାର ଆଇନ-୨୦୦୫ ଅଧିନିୟମ ୪ (୧) (ବି)ର ପୂର୍ଣ୍ଣାଙ୍ଗ କାର୍ଯ୍ୟନ୍ୱୟନ ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ଏକ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମାର୍ଗ ଦର୍ଶିକା ଅନୁଯାୟୀ ଜିଲ୍ଲାପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏହି କର୍ମଶାଳା...ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା