32.9 C
Balāngīr
Tuesday, May 20, 2025

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ : ଜିଲ୍ଲାରେ ମେ ୧୫ରୁ ରବି ଧାନ କ୍ରୟ ଆରମ୍ଭ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ସୁବର୍ଣ୍ଣପୁର, (୩୦/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମଇ ମାସ ୧୫ ତାରିଖରୁ ରବିଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି l ଏଥି ନିମନ୍ତେ ୬୭ ଗୋଟି ପ୍ୟାକ୍ସ ଓ ପରିବର୍ଦ୍ଧିତ ୦୨ ଗୋଟି କେନ୍ଦ୍ର ସହ ୬୯ ଗୋଟି ଏବଂ ୧୮ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ରହିଥିବା ବେଳେ ସମୁଦାୟ ୮୭ ଗୋଟି ଧାନ କ୍ରୟ କେନ୍ଦ୍ର ଜରିଆରେ ଯୋଗାଣ ନିଗମ ଧାନ କ୍ରୟ କରିବ। ଚଳିତ ବର୍ଷ ସରକାରଙ୍କ ତରଫରୁ ଜିଲ୍ଲା ନିମନ୍ତେ ୧୬୨୫୮୮୦. ୦୦ କ୍ୟୁଣ୍ଟାଲ ଧାନ କ୍ରୟର ଲକ୍ଷ ଧାର୍ଯ୍ୟ ରହିଛି ।

ରବି ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟ ସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲାପରେ ଜଣାପଡିବ l ଚଳିତ ବର୍ଷ ଧାନ କ୍ରୟ କେନ୍ଦ୍ର ଗୁଡିକରେ ସପ୍ତାହର ୬ ଦିନ ରବିବାର ବ୍ୟତୀତ ସକାଳ ୬. ୩୦ ଘଣ୍ଟା ରୁ ପୂର୍ବାହ୍ନ ୧୧ ଘଣ୍ଟା ପର୍ଯ୍ୟନ୍ତ ଧାନ କ୍ରୟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ପରିସ୍ଥିତିକୁ ଦେଖି ଯଦି ଆବଶ୍ୟକ ପଡେ ତେବେ ରବିବାର ଦିନ ମଧ୍ୟ ମଣ୍ଡି ଚାଲୁ ରହିବ ବୋଲି ସୂଚୀତ କରାଯାଇଛି। ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୩୫୪୪୫ ଜଣ ଚାଷୀ ପଞ୍ଜିକରଣ ହୋଇଥିବା ବେଳେ ଗତ ରବିରେ ୩୫୫୭୯ ଜଣ ଚାଷୀ ପଂଜିକୃତ ହୋଇ ୨୦୩୨୩୪୯. ୦୬ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l

ଗ୍ରୀଷ୍ମ ପ୍ରବାହ ଓ ପ୍ରାକ ମୌସୁମୀକୁ ଦୃଷ୍ଟିରେ ରଖି ସମସ୍ତ ଧାନ କ୍ରୟକେନ୍ଦ୍ର ଗୁଡିକରେ ଯେକୌଣସି ପ୍ରକାର ଆସନ୍ନ ସମସ୍ୟାକୁ ସମ୍ମୁଖୀନ ସହିତ ଉଚିତ ମୁକାବିଳା ନିମନ୍ତେ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳି, ଗୋଦାମଘର, ଆନାଲେସିସ କିଟ, ମୋସ୍ଚାର ମିଟର, ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ରବି ଧାନ ବିକ୍ରୟକୁ ସହଜ, ସୁବିଧା ଓ ସ୍ଵଛତାର ସହ କରିପାରିବ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷା ଶ୍ରୀମତୀ ଦାସ ନିର୍ଦେଶ ଦେଇଛନ୍ତି। ବୈଠକରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଯୋଗଦାନ କରି ବିଭାଗୀୟ ସମ୍ପୃକ୍ତ ଅଧିକାରୀ ବୃନ୍ଦ ନିଜ ନିଜ ବିଭାଗ ମଧ୍ୟରେ ସୁସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ପୁନଶ୍ଚ ଧାନ କ୍ରୟକୁ ସ୍ୱଚ୍ଛ ତଥା ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

ବୈଠକରେ ଚାଷୀ ପ୍ରତିନିଧି ତଥା ମିଲର ସଂଘ ପ୍ରତିନିଧି ମାନଙ୍କ ଦ୍ୱାରା ଆଗତ ଗତ ବର୍ଷ ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସୁବିଧା ଅସୁବିଧା ଉପରେ ଆଲୋଚନା କରାଯାଇ ତ୍ରୁଟିର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେଇ ଚଳିତ ବର୍ଷ ରବିଧାନ କ୍ରୟକୁ ସୁବ୍ୟବସ୍ଥିତ କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ସୂଚନା ଦେଇଥିଲେ l ସମ୍ପୃକ୍ତ ସମସ୍ତଙ୍କ ମିଳିତ ସହଯୋଗରେ ଚଳିତ ବର୍ଷ ରବି ଧାନ କ୍ରୟ ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ସମ୍ପୃକ୍ତ ଅଧିକାରୀ ମାନେ ଆଗୁଆ ପ୍ରସ୍ତୁତିର ସରଜମିନ ଯାଞ୍ଚ ସହ ତୃଣମୂଳ ସ୍ତରରେ ସୁ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି l

ଧାନ କ୍ରୟକୁ ବ୍ୟବସ୍ଥିତ ତଥା ସୁଚାରୁ ପରିଚାଳନା ନିମନ୍ତେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ଆବଶ୍ୟକ ଯାଞ୍ଚ ଓ ନିରୀକ୍ଷଣ ନିମନ୍ତେ ଦାୟିତ୍ୱ ପ୍ରଦାନ କରାଯିବା ଉପରେ ସୂଚୀତ କରାଯାଇଛି । ଅନୁଷ୍ଠିତ ଏହି ବୈଠକରେ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି , ମୁଖ୍ୟ ଖାଉଟି ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ, ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା, ସମ୍ପାଦକ ନିୟନ୍ତ୍ରିତ ବଜ଼ାର କମିଟି, ଜିଲ୍ଳା ସମବାୟ ଉପନିବନ୍ଧକ , ଜିଲ୍ଲା ଚାଷୀ ସଂଗଠନ କର୍ମକର୍ତ୍ତା, ଜିଲ୍ଲା ମିଲର୍ସ ପ୍ରତିନିଧି, କମିଟି ସଦସ୍ୟ ସଦସ୍ୟା ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...