ସୁବର୍ଣ୍ଣପୁର, (୦୨/୦୭) ଆ.ପ୍ର : ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ଥ ଅର୍ଜୁନପୂର ସ୍ଥିତ ନଗରବନ ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି ।
ଏହି ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ସିଡିଏମଓ ଦୁର୍ଗା ଦତ୍ତ ଦାଶ, ଏ ସି ଏଫ୍ ଗିରିଧାରୀ ନାଗ, ସୋନପୁର ରେଞ୍ଜ ଅଫିସର ସୁବାଷ ମହାପାତ୍ର ପ୍ରମୁଖ ଜିଲ୍ଲା ପ୍ରଶାସନ ର ବିଭିନ୍ନ ଅଧିକାରୀ, ସ୍ବେଛାସେବୀ, ବରିଷ୍ଠ ନାଗରିକ ଯୋଗ ଦେଇ ସମସ୍ତେ ଗୋଟେ ଗୋଟେ ଗଛ ଲଗାଇ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ l ଜିଲ୍ଲା ବରିଷ୍ଠ ନାଗରିକ ଓ ସ୍ବଚ୍ଛ ଭାରତ ସଙ୍ଗଠନ କର୍ମ କର୍ତ୍ତା, ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଯୋଗ ଦେଇ ପ୍ରମୁଖ ସଦସ୍ୟ , ଶିକ୍ଷକ, ଓ କୋଶଳ ଆବାସିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇ ଚାରା ରୋପଣ କରିଥିଲେ l
ଆଜି ପ୍ରଥମ ଦିନରେ ପ୍ରାୟ ଦୁଇ ହଜାର ବୃକ୍ଷ ରୋପଣ କରାଯିବା ନେଇ ଜିଲ୍ଲା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଅବସରରେ ଭ୍ରାମ୍ୟମାଣ ଚାରା ବଣ୍ଟନ ମୋବାଇଲ ଭ୍ୟାନ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ଓ ଏସପି l ଏହି ଯାନରେ ଚାରା ପ୍ରତି ଏକ ଟଙ୍କା ଦରରେ ସହର ଓ ଜିଲ୍ଲା ସାରା ବୁଲି ବୁଲି ଚାରା ବିକ୍ରୟ କରାଯିବ ।
ଗତ କାଲି ୧ ତାରିଖ ଠାରୁ ଆସନ୍ତା ୭ ତାରିଖ ଯାଏ ଜିଲ୍ଲା ସଦର ମହକୁମା ସମେତ ବନ ବିଭାଗ ର ସମସ୍ତ ରେଞ୍ଜ ରେ ବନ ମହୋତ୍ସବ ପାଳନ ସହିତ ଔଷଧୀୟ ବୃକ୍ଷ ଓ ଅନେକ ପ୍ରକାର ଚାରା ରୋପଣ ଓ ବିକ୍ରୟ କରାଯିବ ବୋଲି ସୁଚନା ମିଳିଛି l ଜିଲ୍ଲାପାଳ ଓ ଏସପି ନଗର ବନ ର ୱାଚ୍ ଟାୱାର ରେ ବସି ପ୍ରାକୃତିକ ପରିବେଶ କୁ ଉପଭୋଗ କରି ଏ ସୁନ୍ଦର ସଫଳ ପ୍ରକଳ୍ପ ଓ ବିଭାଗ ର ହାଡ୍ ୱାର୍କ ପାଇଁ ଡି ଏଫ୍ ଓ ଶ୍ରୀ ଶର୍ମା ଙ୍କୁ ପ୍ରଶଂସା କରିଥିଲେ l ସୋନପୁର ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ର ସମସ୍ତ ରେଞ୍ଜ ଅଫିସର ଓ କର୍ମଚାରୀ ସହଯୋଗ କରିଥିଲେ l